ମୁମ୍ବାଇ : ବଲିଉଡ୍ରେ ରାଣୀ ମୁଖାର୍ଜୀଙ୍କ ଶେଷ ଫିଲ୍ମ ଥିଲା ‘ହିଚ୍କି’ । ଏକ ଭିନ୍ନ ଧରଣର କାହାଣୀକୁ ନେଇ ବକ୍ସ ଅଫିସରେ ଖୁବ୍ ଧୁମ୍ ମଚାଇଥିଲେ ରାଣୀ । ଏହି ଫିଲ୍ମରେ ତାଙ୍କର ଚରିତ୍ର ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥିଲା । । କେବଳ ହିଚ୍କି ନୁହେଁ ତା’ ପୂର୍ବରୁ ରାଣୀଙ୍କ ଆଉ ଏକ ଫିଲ୍ମ ଆସିଥିଲା ‘ମର୍ଦାନି’, ଯାହାକି ୨୦୧୪ରେ ରିଲିଜ ହୋଇଥିଲା । ନିଜ ଝିଅ ପାଇଁ ୪ ବର୍ଷ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିବା ବେଳେ ୨୦୧୮ରେ ଫିଲ୍ମ ‘ହିଚ୍କି’ ଜରିଆରେ ସେ ପୁଣି ପରଦାକୁ ଫେରିଥିଲେ । ହିଚ୍କି ପରେ କିଛି କଳାକାର ରାଣୀଙ୍କୁୁ କରିଥିବା ପ୍ରଶଂସା ବିଷୟରେ ସମସ୍ତଙ୍କୁ ଜଣାଇବା ସହ ଏକ ମଜାଦାର କଥା ସମସ୍ତଙ୍କ ସହ ସେୟାର କରିଥିଲେ ରାଣୀ ।
/sambad/media/post_attachments/wp-content/uploads/2018/07/rani-mukerji-in-hichki-300x158.jpg)
ଫିଲ୍ମ ‘ହିଚ୍କି’ ରିଲିଜ୍ ପରେ କରଣ ଜୋହର ମୋତେ ଡ଼ାକି ତୁମେ ଜଣେ ବର୍ଷିୟାନ କଳାକାରଙ୍କ ଭଳି ଅଭିନୟ କରିଛ ବୋଲି କହିଥିଲେ । ଜାଭେଦ୍ ଅଙ୍କଲ ବ୍ଲାକ୍ ଫିଲ୍ମ ଠାରୁ ହିଚ୍କିରେ ମୁଁ ଭଲ କାମ କରିଛି ବୋଲି କହିଥିଲେ । କିନ୍ତୁ ଆମିର ମୋତେ ପ୍ରଶଂସା କମ ଥଟ୍ଟା ଅଧିକ କରିଥିଲେ । ଫିଲ୍ମର ଶେଷ ଭାଗରେ ମୋର କିଛି ଦୃଶ୍ୟ ବୃଦ୍ଧକାଳର ଥିବାରୁ ଆମିର ମୋତେ ଗୁଡ଼୍ ଲୁକିଙ୍ଗ ବୁଢ଼ୀ ବୋଲି କହିଥିଲେ ।