ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ସାକ୍ଷାତକାରରେ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଏବଂ ଅନ୍ତରଙ୍ଗ ଦୃଶ୍ୟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଚଳଚ୍ଚିତ୍ରର ଅଂଶବିଶେଷ ହୋଇଥିବା ଐଶ୍ୱର୍ଯ୍ୟା ସାକ୍ଷାତକାରରେ 'ଧୁମ୍ ୨' ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କ ସହ କରିଥିବା ଏକ ଅନ୍ତରଙ୍ଗ ଦୃଶ୍ୟର ଉଦାହରଣ ଦେଇଛନ୍ତି।

Advertisment

ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଛନ୍ତି ଯେ ଅନ୍ତରଙ୍ଗ ଦୃଶ୍ୟ ତାଙ୍କ ଜୀବନରେ ପ୍ରଭାବ ପକାଇଥିଲା । ସେ ତାଙ୍କ ଅଭିଜ୍ଞତା ବଖାଣି କହିଛନ୍ତି, ମୁଁ ସବୁବେଳେ ଜାଣିଥିଲି ଯେ ମୋ ସହିତ କୌଣସି ଚୁମ୍ବନ ଦୃଶ୍ୟ କିମ୍ବା ଅନ୍ତରଙ୍ଗ ଦୃଶ୍ୟକୁ ନେଇ ବିବାଦ ହୋଇପାରେ। ଏହା କେବଳ ଏକ ଚଳଚ୍ଚିତ୍ରର ଏକ ଅଂଶ ହେଲେ ମଧ୍ୟ ମୋ ପାଇଁ ଏହା ଏକ ବଡ଼ ପ୍ରସଙ୍ଗ।

ସେ ପ୍ରକାଶ କରିଛନ୍ତି ଯେ 'ଧୁମ୍ ୨' ସମୟରେ ଯେତେବେଳେ ତାଙ୍କୁ ହ୍ରିତିକଙ୍କ ସହ ଏକ ଚୁମ୍ବନ ଦୃଶ୍ୟ କରିବାକୁ ପଡିଥିଲା, ସେତେବେଳେ ଏହି ଦୃଶ୍ୟ ବିଷୟରେ ବହୁ ଚର୍ଚ୍ଚା ହୋଇଥିଲା ଏବଂ ଏହା ବିଷୟରେ ଅନେକ ପ୍ରଶ୍ନ ଉଠିଥିଲା। ଐଶ୍ୱର୍ଯ୍ୟା ସ୍ବୀକାର କରିଛନ୍ତି ଏହି ଦୃଶ୍ୟ ସମାଜ ଏବଂ ପରିବାର ପାଇଁ ସମ୍ବେଦନଶୀଳ ହୋଇପାରେ। କିନ୍ତୁ ମୁଁ ମୋ ଚରିତ୍ରର ଆବଶ୍ୟକତା ଏବଂ କାହାଣୀକୁ ଧ୍ୟାନରେ ରଖି ଅନ୍ତରଙ୍ଗ ଦୃଶ୍ୟକୁ କେବେ ମନା କରି ନାହିଁ।

ଐଶ୍ୱର୍ଯ୍ୟା ସମାଜ ଏବଂ ପରିବାରର ପ୍ରତିକ୍ରିୟା ବିଷୟରେ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ଭାରତରେ ଚଳଚ୍ଚିତ୍ର ତାରକାଙ୍କ ଜୀବନରେ ପରିବାର ଏବଂ ସମାଜର ବହୁତ ପ୍ରଭାବ ପଡିଥାଏ। ଐଶ୍ୱର୍ଯ୍ୟା କହିଛନ୍ତି, ଆମେ ଏପରି ଏକ ସମାଜରେ ବାସ କରୁଛୁ ଯେଉଁଠାରେ ଆମର ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖାଯାଇଥାଏ।

ତେଣୁ ମୋତେ ସବୁବେଳେ ମୋ ପରିବାର ଏବଂ ପ୍ରଶଂସକଙ୍କ ଭାବନାକୁ ଗୁରୁତ୍ବ ପ୍ରଦାନ କରିବାକୁ ପଡିଥାଏ। କୌଣସି ଅନ୍ତରଙ୍ଗ ଦୃଶ୍ୟ କରିବାବେଳେ ସେ ସବୁବେଳେ ନିଜ ପରିବାର ବିଷୟରେ ଏବଂ ଦର୍ଶକ କ’ଣ ଭାବିବେ ସେ ବିଷୟରେ ଚିନ୍ତା କରିଥାନ୍ତି ବୋଲି କହିଥିଲେ।

ଐଶ୍ୱର୍ଯ୍ୟା ନିଜକୁ ଜଣେ ପେସାଦାର ବୋଲି କହିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପାଇଁ ପ୍ରତିବଦ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ଜଣେ ଅଭିନେତ୍ରୀ ଭାବରେ ନିଜର ଚରିତ୍ର ନେଇ ସମ୍ପୂର୍ଣ୍ଣ ରୂପେ ଅଭିନୟ କରିବା ମୋର ଦାୟିତ୍ବ। ଏହା ବେଳେବେଳେ କଷ୍ଟସାଧ୍ୟ ହୋଇଯାଏ, କିନ୍ତୁ ଆମକୁ କଳା ଏବଂ କାର୍ଯ୍ୟ ପ୍ରତି ନିଷ୍ଠାପର ଭାବ ବଜାୟ ରଖିବାକୁ ପଡିବ।

ଅନ୍ତରଙ୍ଗ ଦୃଶ୍ୟକୁ ନେଇ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିବ ବୋଲି ଐଶ୍ୱର୍ଯ୍ୟା ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ମୁଁ ଜାଣିଥିଲି ଏ ବିଷୟରେ ଅନେକ ଆଲୋଚନା ଏବଂ ସମାଲୋଚନା ହେବ, କିନ୍ତୁ ମୁଁ ମୋର କାର୍ଯ୍ୟକୁ ସର୍ବଦା ପ୍ରାଥମିକତା ଦେଇଛି ଏବଂ ମୋର ପ୍ରଶଂସକଙ୍କୁ ମୁଁ ସମ୍ମାନ ମଧ୍ୟ କରେ।

ସୂଚନାଯୋଗ୍ୟ, ନିକଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ହେବାର ଗୁଜବ ଜାରି ରହିଛି। ଯାହା ସେମାନଙ୍କ ପ୍ରଶଂସକ ଏବଂ ଗଣମାଧ୍ୟମ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ବିଶେଷକରି ଯେତେବେଳେ ଦୁହେଁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ପୃଥକ ଭାବରେ ପହଞ୍ଚିଥିଲେ, ସେତେବେଳେ କଳ୍ପନାଜଳ୍ପନା ହୋଇଥିଲା ଯେ ଉଭୟେ ଶୀଘ୍ର ପରସ୍ପରକୁ ଛାଡପତ୍ର ଦେବେ କାରଣ ସେମାନଙ୍କ ମଧ୍ୟରେ ସମ୍ପର୍କ କିଛି ଭଲ ନ ଥିବା ଭଳି ଅନୁମାନ କରାଯାଉଥିଲା।