କେଉଁ କାରଣ ପାଇଁ ପରଦାରେ ଚୁମ୍ବନ ଦୃଶ୍ୟ କରନ୍ତି ନାହିଁ ପ୍ରଭାସ ?

ମୁମ୍ବାଇ : କିଛି ଦିନ ହେଲାଣି ସାଉଥ୍‌ ସୁପରଷ୍ଟାର ପ୍ରଭାସ ଭିନ୍ନ ଭିନ୍ନ କାହଣୀକୁ ନେଇ ଫିଲ୍ମ କରି ଆସୁଥିବା ବେଳେ ବକ୍ସ ଅଫିସରେ ସେ ସବୁ ହିଟ୍‌ ସାବ୍ୟସ୍ତ ହୋଇଛି । ଅନେକ ପ୍ରେମ କାହାଣୀଭିତ୍ତିକ ଫିଲ୍ମରେ ସେ ପ୍ରେମିକ ସାଜି ମଧ୍ୟ କୌଣସି ଅଭିନେତ୍ରୀଙ୍କ ସହ ଚୁମ୍ବନ ଦୃଶ୍ୟ କରି ନଥିବା ଦେଖାଯାଇଛି । ଏହି ପ୍ରଶ୍ନ ସମସ୍ତଙ୍କ ମୁଣ୍ଡକୁ ଆସୁଥିବା ବେଳେ ଏକ ସାକ୍ଷାତକାରେ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଭାସ ।

Image result for why-prabhas-dont-do-kissing-scenes-onscreen-know-what-saaho-actor
DNA India

ତାଙ୍କ ଅନୁଯାୟୀ, “ଫିଲ୍ମରେ ଚୁମ୍ବନ ଦୃଶ୍ୟ କରିବା ନେଇ ମୁଁ ସହଜ ଅନୁଭବ କରେ ନାହିଁ । ଯାହା ପାଇଁ ମୁଁ କରୁଥିବା ଫିଲ୍ମରେ ପ୍ରାୟ ସେଭଳି ଦୃଶ୍ୟ ରଖାଯାଇ ନଥାଏ” ବୋଲି କହିଥିଲେ ପ୍ରଭାସ । ତେବେ ତାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ, ‘ସାହୋ’ ପରେ ସେ ଏକ ରୋମାଣ୍ଟିକ୍‌ ଡ୍ରାମାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅଭିନେତ୍ରୀ ବନିବେ ପୂଜା ହେଗ୍‌ଡ଼େ ।

ସମ୍ବନ୍ଧିତ ଖବର