ମୁମ୍ବାଇ: ଗତକାଲି ଥିଲା ଇଦ୍। ସବୁଥର ଭଳି ଚଳିତ ବର୍ଷ ମଧ୍ୟ ଇଦରେ ନିଜ ଘର ବାହାରକୁ ଆସି ପ୍ରଶଂସକଙ୍କୁ ଭେଟିଥିଲେ ବଲିଉଡ ଅଭିନେତା ଶାହାରୁଖ ଖାନ୍। ହେଲେ ଇଦ୍ ଭଳି ଦିନରେ ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେଇଥିଲେ। ବର୍ଷ ବର୍ଷ ଧରି ଚାଲି ଆସୁଥିବା ପୁରୁଣା ପରମ୍ପରାକୁ ଭାଙ୍ଗିବା ସହ ସଲମାନ ଘର ବାହାରକୁ ବାହାରିନଥିଲେ। ଏହା ପରେ ସବୁଠୁ ବଡ ପ୍ରଶ୍ନ ଉଠୁଛି ଯେ, ସଲମାନ ଖାନ କାହିଁକି ଇଦ୍ ଦିନ ଏତେ ପୁରୁଣା ପରମ୍ପରା ଭାଙ୍ଗିଲେ ଏବଂ ପ୍ରଶଂସକଙ୍କୁ ଭେଟିଲେ ନାହିଁ ।
ମିଡିଆ ରିପୋର୍ଟ ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ସଲମାନ ଖାନ ଏଥର ପ୍ରଶଂସକଙ୍କୁ ଭେଟିନାହାନ୍ତି । ଜାତୀୟ ଗଣମାଧ୍ୟମ ଇଟାଇମ୍ସର ରିପୋର୍ଟ ଅନୁଯାୟୀ, ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବା ପରେ ସଲମାନଙ୍କ ସୁରକ୍ଷା କଡ଼ାକଡି କରାଯାଇଛି। କାରଣ ମୁସେୱାଲାଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ୨୦୧୮ରେ ସଲମାନଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଇଥିଲା। ପୂର୍ବରୁ ଏହାକୁ ସଲମାନ ଗୁରୁତ୍ବ ଦେଉନଥିବା ବେଳେ ମୁସେୱାଲାଙ୍କ ହତ୍ୟା ପରେ ଏବେ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସଲମାନଙ୍କ ବିଲଡିଂ ଏବଂ ଏହାର ଆଖପାଖ ଅଞ୍ଚଳରେ ୧୫ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ତାଙ୍କ ଚଳଚ୍ଚିତ୍ରର ସେଟରେ ସଲମାନଙ୍କ ସହ ସ୍ପେଶାଲ ଫୋର୍ସର ଅଧିକାରୀମାନେ ଉପସ୍ଥିତ ରହୁଛନ୍ତି।
କେବଳ ସଲମାନ ନୁହଁନ୍ତି, ସଲମାନଙ୍କ ଓକିଲ ହସ୍ତିମଲ ସାରସ୍ୱତଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି। ଅଭିଯୋଗ ହୋଇଛି ଯେ ଏହି ଧମକପୂର୍ଣ୍ଣ ଚିଠିକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପଠାଇଛନ୍ତି। ଓକିଲଙ୍କ ଚାମ୍ବର ବାହାରେ ଏହି ଚିଠି ଦେଖିବାକୁ ମିଳିଥିଲା। ଏଥିରେ ଲେଖା ହୋଇଥିଲା ଯେ, ତୁମର ଅବସ୍ଥା ସିଦ୍ଧୁ ମୁସେୱାଲା ପରି ହେବ। ଆମେ କାହାକୁ ଛାଡିବୁ ନାହିଁ। ଆପଣଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଛାଡ଼ିବୁ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ଦ-7.jpg)