ମୁମ୍ବାଇ: ସମ୍ଭାବନା ସେଠ୍ ଏବଂ ଅବିନାଶ ପ୍ରଶଂସକମାନଙ୍କର ପ୍ରିୟ ଯୋଡ଼ି ବନି ସାରିଛନ୍ତି। ୟୁଟ୍ୟୁବ୍ରେ ୨ ଜଣ ଯାକ ହିଁ ବେଶ୍ ଲୋକପ୍ରିୟ। ୨ ଜଣଙ୍କ ବ୍ଲଗ୍ସ ଟ୍ରେଣ୍ଡ୍ରେ ରହିଥାଏ। ଭିଡିଓରେ ସମ୍ଭାବନା ଓ ଅବିନାଶଙ୍କ ଖଟାମିଠା ପ୍ରେମ କାହାଣୀ ଦେଖିବାକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି। ମାତ୍ର କ’ଣ ଆପଣ ଜାଣନ୍ତି କି ଅବିନାଶ ସମ୍ଭାବନାଙ୍କଠାରୁ ୭ ବର୍ଷ ସାନ ବୋଲି। ପୂର୍ବରୁ ବି ଅନେକ ଥର ଅଭିନେତ୍ରୀ ସମ୍ଭାବନାଙ୍କୁ ଏହି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି ଯେ ସେ ନିଜଠାରୁ ୭ ବର୍ଷ ସାନ ଅଭିନେତାଙ୍କୁ କାହିଁକି ବିବାହ କଲେ।
ଏବେ ଅଭିନେତ୍ରୀ ସମ୍ଭାବନା ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସମ୍ଭାବନାଙ୍କ ବିଷୟରେ ଆପଣମାନେ ଜାଣନ୍ତି ନିଶ୍ଚୟ। ସେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାମ। ବିଗ୍ ବସ୍ରେ ବି ସମ୍ଭାବନା ଖୁବ୍ ଧମାଲ ମଚାଇଥିଲେ। ସେହିପରି ସମ୍ଭାବନାଙ୍କ ସ୍ବାମୀ ଅବିନାଶ ଜଣେ ଅଭିନେତ୍ରୀ। ସେ ଫିଲ୍ମ ଓ ୱେବ୍ ସିରିଜ୍ର କାହାଣୀ ଲେଖନ୍ତି। ମାତ୍ର ଯେବେ ସମ୍ଭାବନା ଅବିନାଶଙ୍କୁ ବିବାହ କରିଥିଲେ ତ ଅବିନାଶ କିଛି ବି କରୁନଥିଲେ। ତା ସତ୍ତ୍ବେ ବି ସେ ନିଜ ମନର ଶୁଣିଲେ ଓ ଅବିନାଶଙ୍କ ସହ ଜୀବନ ବିତାଇବାର ନିଷ୍ପତ୍ତି ନେଲେ।
ସମ୍ଭାବନା କହିଛନ୍ତି ଯେ ଅବିନାଶ ହେଉଛନ୍ତି ତାଙ୍କ ଦୁଃଖ ସମୟର ବନ୍ଧୁ। ସେ ଯେବେ ଫିଲ୍ମ ଲେଖିବା ଆରମ୍ଭ କରିଥିଲେ ତ ସେହି ସମୟରେ ସମ୍ଭାବନାଙ୍କ ମାଆ ଆଇସିୟୁ ରହି ଚିକିତ୍ସିତ ହେଉଥିଲେ। ସେ ସମୟରେ ଅବିନାଶ ହସ୍ପିଟାଲ୍ରେ ରହି ଫିଲ୍ମ ପାଇଁ କାହାଣୀ ଲେଖୁଥିଲେ। ଏହି କାରଣରୁ ସେ ଅବିନାଶଙ୍କୁ ଖୁବ୍ ଭଲପାଇ ବସିଥିଲେ ବୋଲି ସମ୍ଭାବନା କହିଛନ୍ତି।