ଶ୍ରଦ୍ଧାଙ୍କ ଅତିଶୟ ଖୁସୀର କାରଣ!

ଶ୍ରଦ୍ଧା କପୂର ଆଜିକାଲି ବେଶ୍‌ ଆନନ୍ଦିତ। ତାଙ୍କ ଅତିଶୟ ଖୁସୀର କାରଣ ଜାଣିବା ହେଉ। ପ୍ରଥମତଃ, ସେ ‘ବାହୁବଲୀ’ର ନାୟକ ପ୍ରଭାସଙ୍କ ସହ ଗୋଟିଏ ଫିଲ୍ମରେ ଅଭିନୟର ସୁଯୋଗ ପାଇଛନ୍ତି। ଫିଲ୍ମଟି ହେଉଛି ‘ସାହୋ’। ଏହି ରହସ୍ୟ-ରୋମାଞ୍ଚଧର୍ମୀ ଫିଲ୍ମ ତିନିଟି ଭାଷା-ହିନ୍ଦୀ, ତେଲୁଗୁ ଓ ତମିଳରେ ତିଆରିହେଉଛି। ସୁଟିଂ ଚାଲିଛି। ଏଥି ପାଇଁ ଶ୍ରଦ୍ଧା ତନ-ମନ ଲଗାଇ ପରିଶ୍ରମ କରୁଛନ୍ତି। ଏଥିରେ ଅଭିନୟ ପାଇଁ ସେ ଆଶାତୀତ ପାରିଶ୍ରମିକ ପାଇଛନ୍ତି। ଏହା, ତାଙ୍କ ଖୁସୀର ଦ୍ୱିତୀୟ କାରଣ। ତୃତୀୟତଃ, ସାଇନା ନେହଓ୍ଵାଲ ବାଓ-ପିକ୍‌ରେ ଅଭିନୟ ପାଇଁ ସେ ଚୁକ୍ତିବଦ୍ଧ। ସାଇନା କେବଳ ଜଣେ ଖେଳାଳି ନୁହନ୍ତି, ‘ୟୁଥ୍‌ ଆଇକନ୍‌’ ମଧ୍ୟ। ତେଣୁ, ତାଙ୍କ ଜୀବନୀ ଆଧାରିତ ଫିଲ୍ମରେ କାମ କରିବା, ଶ୍ରଦ୍ଧାଙ୍କ ପେସାଦାର ଜୀବନର ଏକ ଉଲ୍ଲେଖନୀୟ ଅଧ୍ୟାୟ ହେବାକୁ ଯାଉଛି। ନିଜର ଭୂମିକାକୁ ଜୀବନ୍ତ କରିବା ପାଇଁ ଆଦୌ ବ୍ୟାଡ୍‌ମିଣ୍ଟନ୍‌ ଖେଳ ଜାଣି ନ ଥିବା ଶ୍ରଦ୍ଧା, ଏବେ ପ୍ରତି ଦିନ ଅଭ୍ୟାସ କରୁଛନ୍ତି।

ସମ୍ବନ୍ଧିତ ଖବର