ଏହି କାରଣ ପାଇଁ ସ୍ୱାମୀ ସିଦ୍ଧାର୍ଥଙ୍କ ସହ ଆଜି ପର୍ଯ୍ୟନ୍ତ କାମ କରି ନାହାନ୍ତି ବିଦ୍ୟା

ମୁମ୍ବାଇ : ବିଦ୍ୟା ବାଲାନ୍‌ ଏବେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । କିଛି ଦିନ ତଳେ ତାଙ୍କର ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହୋଇଥିଲା । ଯାହାକୁ ଦର୍ଶକଙ୍କ ଭଲ ପାଇବା ମିଳିବା ସହ ଫିଲ୍ମଟି ସୁପରହିଟ୍‌ ହୋଇଥିଲା । କିନ୍ତୁ ଅନେକ ହିଟ୍‌ ଫିଲ୍ମ ଦେଇଥିବା ବିଦ୍ୟା ଏ ପର୍ଯ୍ୟନ୍ତ ନିଜର ପ୍ରଯୋଜକ ସ୍ୱାମୀ ସିଦ୍ଧାର୍ଥ ରଏ କପୁରଙ୍କ ସହ କୌଣସି ଫିଲ୍ମ କରି ନାହାନ୍ତି ।

Image result for why-vidya-balan-choose-not-to-work-with-husband-sidharth-roy-kapur
JFW

ଏହାର କାରଣ ପଚରାଯିବା ପରେ ବିଦ୍ୟା କହିଥିଲେ, “ଫିଲ୍ମରେ ଯଦି ମୋତେ କୌଣସି ସମସ୍ୟା ହୁଏ, ତେବେ ମୁଁ ମୋ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସହ ଯୁକ୍ତି କରିଥାଏ । କିନ୍ତୁ ଯଦି ମୋ ସ୍ୱାମୀ ପ୍ରଯୋଜକ ହୋଇଥିବେ, ତେବେ ମୁଁ ତାହା କରି ପାରିବି ନାହିଁ । ଏହା ସହ ମୁଁ ମୋ ସ୍ୱାମୀଙ୍କ ସହ ମୋର ସଂପର୍କ ଖରାପ କରିବାକୁ ଚାହୁଁ ନ ଥିବାରୁ ମୁଁ ତାଙ୍କ ସହ ଆଜି ପର୍ଯ୍ୟନ୍ତ ଫିଲ୍ମ କରି ନାହିଁ`।’

ସମ୍ବନ୍ଧିତ ଖବର