ବଲିଉଡ୍ ରାପର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା, ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ ତଲୱାର

ମୁମ୍ବାଇ: ବଲିଉଡ୍ କଣ୍ଠଶିଳ୍ପୀ ତଥା ରାପର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା । ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ ତଲୱାର । କେବଳ ହନି ସିଂହ ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି ଶାଲିନୀ, ଯାହାକୁ ନେଇ ଦିଲ୍ଲୀ ତିଶ ହଜାରି କୋର୍ଟ ହନି ସିଂହଙ୍କୁ ନୋଟିସ ଜାରି କରିଛି ।

କୋର୍ଟ ହନି ସିଂହଙ୍କୁ ଅଗଷ୍ଟ ୨୮ ସୁଦ୍ଧା ନିଜ ଜବାବ ରଖିବାକୁ କହିଛନ୍ତି । ଏଥିସହ ପତ୍ନୀଙ୍କ ସହ ଜଏଂଟ ପ୍ରପର୍ଟି ବିକ୍ରି କରିବା ଉପରେ ମଧ୍ୟ ଷ୍ଟେ ଅର୍ଡର ଜାରି କରିଛନ୍ତି କୋର୍ଟ । ହନି ସଂହ ୨୦୧୧ରେ ଶାଲିନୀଙ୍କୁ ପ୍ରେମ ବିବାହ କରିଥିଲେ । ସେ ୨୦୧୪ ମସିହାରେ ଶାଲିନୀଙ୍କୁ ରିୟାଲିଟି ସୋ’ ଇଣ୍ଡିଆଜ ର-ଷ୍ଟାରରେ ପ୍ରଥମ କରି ସମସ୍ତଙ୍କ ସହ ପରିଚିତ କରାଇଥିଲେ ।

ତେବେ ବିବାହର ଏତେ ଦିନ ପରେ ହଠାତ ଶାଲିନୀଙ୍କ ଏଭଳି ସଙ୍ଗୀନ ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁବେଳେ ନିଜ ରାପ ପାଇଁ ଚର୍ଚ୍ଚାରେ ରହୁଥିବା ହନି ସିଂହ ଏବେ ବିବାଦ ଘେରରେ ଛନ୍ଦି ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର