ସ୍ୱାମୀ ଓ ଦୁଇ ପିଲାଙ୍କ ଫଟୋ ଅପ୍‌ଲୋଡ୍‌ କରି ସଞ୍ଜୁଙ୍କ ପାଇଁ କୋହଭରା ଚିଠି ଲେଖିଲେ ପତ୍ନୀ ମାନ୍ୟତା

ମୁମ୍ବାଇ : ଗତକାଲି ରିଲିଜ ହୋଇଛି ଫିଲ୍ମ ‘ସଞ୍ଜୁ’ । ଏହି ଫିଲ୍ମଟି ବଲିଉଡ଼୍‍ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀକୁ ନିର୍ମାଣ କରାଯାଇଥିବା ବେଳେ ରିଲିଜ୍‌ ପରେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି । ଫିଲ୍ମଟି ଗୋଟିଏ ଦିନରେ ରେକର୍ଡ଼ ବ୍ରେକ୍‌ ବ୍ୟବସାୟ କରିବା ସହ ଫିଲ୍ମ ରେସ୍‌-୩କୁ ମଧ୍ୟ ପଛରେ ପକାଇଥିବା ଜଣାପଡ଼ିଛି । ତେବେ ଫିଲ୍ମ ରିଲିଜ୍‌ ସମସ୍ତେ ସଞ୍ଜୁ ବାବାଙ୍କ ବ୍ୟକ୍ତିଗତ ଜୀବନ କାହାଣୀକୁ ଦେଖି ଭାବୁକ ହୋଇଥିବା ବେଳେ ସଞ୍ଜୁଙ୍କ ଧର୍ମପତ୍ନୀ ମାନ୍ୟତା ସଞ୍ଜୟ ଦତ୍ତଙ୍କୁ ନେଇ ଏକ କୋହଭରା ପୋଷ୍ଟ କରିଛନ୍ତି । ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନର ସବୁ ପରିସ୍ଥିତିରେ ଏକ ଦୃଢ଼ ସ୍ତମ୍ଭ ଭଳି ରହିଥିବା ମାନ୍ୟତା ଫିଲ୍ମ ଦେଖିବା ପରେ ସେଇ ପୁରୁଣା ଦିନକୁ ମନେ ପକାଇଛନ୍ତି ।

ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ପୁଅ ଶହରାନ୍‌, ଝିଅ ଇକ୍‌ରା ଏବଂ ସ୍ୱାମୀ ସଞ୍ଜୟ ଦତ୍ତଙ୍କ ଫଟୋ ଅପ୍‌ଲୋଡ଼୍‍ କରିବା ଲେଖିଥିଲେ, ହାରି ଯାଇ ତୁମେ କେଉଁଠି ବି ଅଟକି ଯିବ ନାହିଁ, କଣ୍ଟାରେ ଚାଲିବା ପରେ ତୁମକୁ ସଫଳତା ନିଶ୍ଚୟ ମିଳିବ। ସୂଚନା ମୁତାବକ,ଫିଲ୍ମରେ ମାନ୍ୟତାଙ୍କ ଚରିତ୍ରରେ ଦିୟା ମିର୍ଜା ନଜର ଆସିଥିବା ବେଳେ ସଞ୍ଜୟଙ୍କ ଜୀବନରେ ତାଙ୍କ ଗୁରୁତ୍ୱ କେତେ ତାହା ଦେଖିବାକୁ ମିଳିଛି । ଫିଲ୍ମକୁ ସାରା ଦେଶରେ ସମସ୍ତଙ୍କ ଭଲ ପାଇବା ମିଳୁଥିବା ବେଳେ ଏହା ବକ୍ସ ଅଫିସରେ ଚଳିତ ବର୍ଷର ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହେବ ବୋଲି ସମାଲୋଚକମାନେ ପୂର୍ବାନୁମାନ କରିଛନ୍ତି ।

ସମ୍ବନ୍ଧିତ ଖବର