ମୁମ୍ବାଇ: ସିଙ୍ଗିଂ ରିୟାଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍-୧୩’ର ଜଣେ ଏପରି ପ୍ରତିଯୋଗୀ ଅଛନ୍ତି, ଯିଏକି ପ୍ରତିଯୋଗିତା ଜିତିବା ଆଗରୁ ହିଁ ଦର୍ଶକ ଓ ଶ୍ରୋତାଙ୍କ ମନରେ ରାଜ୍ କରୁଛନ୍ତି। ସେ ପ୍ରତିଯୋଗିତା ଜିତିବେ କି ନାହିଁ ତାହା ଭିନ୍ନ କଥା। ମାତ୍ର ତା’ପୂର୍ବରୁ ସେ ଅଭିନେତ୍ରୀ ହେବାର ଅଫର୍ ପାଇ ସାରିଲେଣି।
ଆମେ କହୁଛୁ ବଙ୍ଗୀୟ ପ୍ରତିଯୋଗୀ ବିଦିପ୍ତା ଚକ୍ରବର୍ତ୍ତୀଙ୍କ ବିଷୟରେ, ଯିଏକି ତାଙ୍କ ସଂଗୀତ କଳା ସହ ଅନେକ ପ୍ରଶଂସକଙ୍କୁ ନିଜର ସୌନ୍ଦର୍ଯ୍ୟର ଦିୱାନୀ ବନାଇଛନ୍ତି। ସର୍ବଗୁଣା ସଂପନ୍ନା ଏହି କଣ୍ଠଶିଳ୍ପୀ ସୋ’ର ସବୁଠାରୁ ସୁନ୍ଦର ପ୍ରତିଯୋଗୀ ଭାବେ ଚର୍ଚ୍ଚାର ପରିସରରେ ରହିଛନ୍ତି।
View this post on Instagram
ତାଙ୍କୁ ପୂର୍ବରୁ ବି ଅନେକ ବଲିଉଡ୍ ସିନେ ନିର୍ମାତା ହିରୋଇନ୍ ମେଟେରିଆଲ୍ ବୋଲି କମ୍ପ୍ଲିମେଣ୍ଟ୍ ଦେଇ ସାରିଛନ୍ତି। ରବିବାର ଏପିସୋଡରେ ଅତିଥି ଭାବେ ନଜର ଆସିଥିଲେ ବରିଷ୍ଠ ଅଭିନେତା ଜିତେନ୍ଦ୍ର। ସେ ମଧ୍ୟ ବିଦିପ୍ତାଙ୍କ କଣ୍ଠସ୍ବର ସହ ତାଙ୍କ ସୌନ୍ଦର୍ଯ୍ୟର ମୁଗ୍ଧ ପ୍ରଶଂସକ ସାଜିଥିଲେ। ଜିତେନ୍ଦ୍ର ତାଙ୍କ ଗୀତ ଶୁଣିସାରି ଆହୁରି ବି କହିଥିଲେ ଯେ ବିଦିପ୍ତାଙ୍କ ମଧ୍ୟରେ ହିରୋଇନ୍ ହେବାର ସମସ୍ତ ଯୋଗ୍ୟତା ଅଛି। ସେ ଜଣେ ହିରୋଇନ୍ ମ୍ୟାଟେରିଆଲ୍ ବୋଲି ଜିତେନ୍ଦ୍ର ସମସ୍ତଙ୍କ ସମ୍ମୁଖରେ ତାଙ୍କୁ କହିଥିଲେ।
ସେ ଆହୁରି ବି କହିଥିଲେ ଯେ ଏକ୍ଥା କପୁର ତ ଏଠାରେ ଅଛନ୍ତି। ପ୍ରଡକ୍ସନ ହାଉସ୍ ତ ଆମ ନିଜର। ତେଣୁ ତୁମକୁ ହିରୋଇନ୍ ହେବାକୁ ନିଶ୍ଚୟ ଚେଷ୍ଟା କରିବା ଦରକାର। ତେବେ ପ୍ରଶ୍ନ ଉଠୁଛି କି ବାସ୍ତବରେ କ’ଣ ଏକ୍ତା ତାଙ୍କୁ ନିଜ ଧାରାବାହିକରେ ସାଇନ୍ କରାଇବେ? ବିଦିପ୍ତା ବନିବେ କି ଏକ୍ତାଙ୍କ ଧାରାବାହିକର ଜଣେ ଶାନ୍ତଶିଷ୍ଟ ବୋହୂ?