ମୁମ୍ବାଇ: ସବୁବେଳେ ବଲିଉଡ ଇଣ୍ଡଷ୍ଟ୍ରିରେ ମୁଁ ଏକା ଏବଂ ମୋ ଫିଲ୍ମର ପ୍ରଚାରରେ କେହି ମୋତେ ସାହାଯ୍ୟ କରୁନଥିବା କହି ଆସୁଥିଲେ ଅଭିନେତ୍ରୀ କଙ୍ଗନା ରାଣାୱତ୍। ତାଙ୍କ ଫିଲ୍ମ ରିଲିଜ୍ ସମୟରେ ବଲିଉଡର ବଡ଼ ବଡ଼ କଳାକାର ପ୍ରଚାରରେ ତାଙ୍କୁ ସମର୍ଥନ କରୁନଥିବାରୁ କଙ୍ଗନା ଅନେକ ସମୟରେ ବଲିଉଡ କଳାକାରଙ୍କୁ ସମାଲୋଚନା କରିଆସିଛନ୍ତି। ହେଲେ ଏମଧ୍ୟରେ ବଲିଉଡର ଦବଙ୍ଗ ଖାନ୍ ସଲମାନ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫିଲ୍ମ 'ଧାକଡ'ର ଟ୍ରେଲର ସେୟାର କରି ସଲମାନ ଖାନ୍ 'ଧାକଡ' ଟିମକୁ ଶୁଭେଚ୍ଛା ଜଣାଇବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏମିତିକି ନିଜେ କଙ୍ଗନା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ନିଜ ଖୁସି ବ୍ୟକ୍ତ କରିଛନ୍ତି।
ଫିଲ୍ମ 'ଧାକଡ'ର ନୂଆ ଟ୍ରେଲର ଆସିବା ମାତ୍ରେ ଏହାକୁ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରିଥିଲେ ସଲମାନ। ଟ୍ରେଲର ସେୟାର କରିବା ସହ ସେ 'ଧାକଡ'ର ପୂରା ଟିମକୁ ଶୁଭେଚ୍ଛା ଜଣାଇଥିଲେ। ସଲମାନଙ୍କ ପୋଷ୍ଟ ପରେ କଙ୍ଗନା ଏହାକୁ ନିଜ ଇନଷ୍ଟା ଷ୍ଟାଟସରେ ସେୟାର କରିବା ସହ ଲେଖିଥିଲେ ଯେ, ଧନ୍ୟବାଦ ମୋ ଦବଙ୍ଗ ହିରୋ। ମୁଁ ଏ ଇଣ୍ଡଷ୍ଟ୍ରିରେ ଏକା ବୋଲି ଆଉ କେବେ କହିବି ନାହିଁ। ପୁରା ଧାକାଡ ଟିମକୁ ଧନ୍ୟବାଦ।
ତେବେ 'ଧାକଡ'ରେ ଏଜେଣ୍ଟ ଅଗ୍ନି ନାମକ ଜଣେ ସ୍ପାଏର ଭୂମିକାରେ କଙ୍ଗନା ରାନାୱତଙ୍କୁ ଦେଖିବାକୁ ମିଳିବ। କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଧାକଡ’ ଆସନ୍ତା ୨୦ ରେ ରିଲିଜ ହେବାକୁ ଯାଉଥିବା ବେଳେ ଏହା ରଜନୀଶ ଘାଇଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ। କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।