ନୂଆଦିଲ୍ଲୀ: ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଇସ୍ରାଏଲ୍ର ସିନେ ନିର୍ମାତା ତଥା ଇଣ୍ଟର୍ନେସ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଇନ୍ ଇଣ୍ଡିଆ (ଇଫି) ଫିଲ୍ମ ଫେଷ୍ଟିଭାଲ୍ର ଜୁରି ହେଡ୍ ନଦବ ଲାପିଡଙ୍କ ବୟାନକୁ ନେଇ ଏବେ ଭାରତରେ ଝଡ଼ ସୃଷ୍ଟି ହୋଇଛି। କିଛି ନଦବଙ୍କୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ତାଙ୍କ ବୟାନକୁ ବିରୋଧ କରୁଛନ୍ତି। ଏମଧ୍ୟରେ ମୁହଁ ଖୋଲିଛନ୍ତି ଫିଲ୍ମ ନିର୍ମାତା ତଥା 'ଦ କଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ସେ ନଦବ ଲାପିଡଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ଫିଲ୍ମ ନିର୍ମାଣ ଛାଡ଼ିଦେବି ବୋଲି କହିଛନ୍ତି।
ଏକ ଭିଡିଓ ଟ୍ବିଟ କରି ସେ କହିଛନ୍ତି ଯେ, "ଆଜି ମୁଁ ଏହି ଦୁନିଆର ସମସ୍ତ ବୁଦ୍ଧିଜୀବୀ ଏବଂ ଇସ୍ରାଏଲର ସେହି ମହାନ ଚଳଚ୍ଚିତ୍ର ନିର୍ମାତାଙ୍କୁ କଶ୍ମୀର ଫାଇଲ୍ସରେ ଗୋଟିଏ ଫ୍ରେମ୍, ଗୋଟିଏ ସଂଳାପ କିମ୍ବା ଦେଖାଯାଇଥିବା ଗୋଟିଏ ଘଟଣା ମିଛ ବୋଲି ପ୍ରମାଣ କରି ଦେଖାଇବାକୁ ଚ୍ୟାଲେଞ୍ଜ କରୁଛି। ଯଦି କେହି ଫିଲ୍ମରେ ଦେଖାଯାଇଥିବା କୌଣସି ଘଟଣା ମିଛ ବୋଲି ପ୍ରମାଣ କରିଦେବ, ତେବେ ମୁଁ ଫିଲ୍ମ ନିର୍ମାଣ କରିବା ବନ୍ଦ କରିଦେବି।
Terror supporters and Genocide deniers can never silence me.
Jai Hind. #TheKashmirFiles #ATrueStory pic.twitter.com/jMYyyenflc— Vivek Ranjan Agnihotri (@vivekagnihotri) November 29, 2022
ଉଲ୍ଲେଖଯୋଗ୍ୟ, ୫୩ ତମ ଇଣ୍ଟର୍ନେସ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଇନ୍ ଇଣ୍ଡିଆ (ଇଫି) ଜୁରି ହେଡ୍ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଗତକାଲି ସଂଧ୍ୟାରେ ଇସ୍ରାଏଲ୍ର ସିନେ ନିର୍ମାତା ତଥା ଫିଲ୍ମ ଫେଷ୍ଟିଭାଲ୍ର ଜୁରି ହେଡ୍ ନଦ। ଲାପିଡ୍ କହିଥିଲେ ଯେ ‘‘କଶ୍ମୀର ଫାଇଲ୍ସ’ ଏକ ‘ପ୍ରୋପାଗଣ୍ଡା’ ଏବଂ ‘ଅଶ୍ଳୀଳ’ ଚଳଚ୍ଚିତ୍ର। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଛି।"