ସମସ୍ତଙ୍କ ଆଗରେ ପତ୍ନୀଙ୍କୁ ଥଟ୍ଟା କରୁଥିଲେ ‘ଓସ୍କାର୍‌’ର ଉପସ୍ଥାପକ, ଚାପୁଡ଼ା ମାରିଲେ ହଲିଉଡ ଅଭିନେତା ସ୍ମିଥ୍

ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ୯୪ ତମ ଅକାଦେମୀ ପୁରସ୍କାର/‘ଓସ୍କାର୍‌ ୨୦୨୨‌’ ଘୋଷଣା କରାଯାଇଛି। ଚଳିତ ବର୍ଷ ଓସ୍କାର ଦୌଡ଼ରେ ସର୍ବୋତ୍ତମ ଚଳଚ୍ଚିତ୍ର, ଅଭିନେତା ଏବଂ ନିର୍ଦ୍ଦେଶକ ଥିବା ବେଳେ ‘କୋଡା’କୁ ‘ବେଷ୍ଟ୍‌ ପିକ୍ଚର୍‌’, ‘ବେଷ୍ଟ୍‌ ଆଡାପ୍‌ଟେଡ୍‌ ସ୍କ୍ରିନ୍‌ପ୍ଲେ’ ଏବଂ ‘ବେଷ୍ଟ୍‌ ସପୋର୍ଟିଙ୍ଗ୍‌ ଆକ୍ଟର୍‌’ ସମ୍ମାନ ମିଳିଛି। ଏ ମଧ୍ୟରେ ହଲିଉଡ ଅଭିନେତା ୱିଲ ସ୍ମିଥ କରିଥିବା କାମ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।

‘ଓସ୍କାର୍‌ ୨୦୨୨‌’ର ଉପସ୍ଥାପକ ତଥା ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ଚାପୁଡ଼ା ମାରି ଏବେ ଚର୍ଚ୍ଚାରେ ହଲିଉଡ ଅଭିନେତା ୱିଲ ସ୍ମିଥ। କ୍ରିସ୍ ରକ ୱିଲ ସ୍ମିଥଙ୍କ ପତ୍ନୀ ଜଡା ପିଙ୍କେଟ୍ ସ୍ମିଥଙ୍କ କେଶକୁ ନେଇ ସମସ୍ତଙ୍କ ସାମ୍ନାରେ ତାଙ୍କୁ ପରିହାସ କରିବା ପରେ ୱିଲ ସ୍ମିଥ୍ ଉଠିଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। ଏବଂ କହିଥିଲେ ଯେ, ତୁମ ପାଟିରେ ମୋ ପତ୍ନୀ ନାଁ ନିଅ ନାହିଁ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କିଛି ଲୋକ ସ୍ମିଥଙ୍କୁ ସମର୍ଥନ କରିଛନ୍ତି ଏବଂ କିଛି ଏହାକୁ ବିରୋଧ କରିଛନ୍ତି। ପତ୍ନୀଙ୍କ ସମ୍ମାନ ପାଇଁ କ୍ରିସଙ୍କୁ ଚାପୁଡ଼ା‌ ମାରିଥିବାରୁ ଲୋକେ ସ୍ମିଥଙ୍କ ପ୍ରଶଂସା କରୁଥିବା ବେଳେ ଓସ୍କାର୍‌ ଭଳି ସୋ’ରେ ଏଭଳି କାମ କରିଥିବାରୁ କିଛି ଲୋକେ ତାଙ୍କୁ ବିରୋଧ କରୁଥିବା ଦେଖାଯାଇଛି।

ସୂଚନା ମୁତାବକ, ସ୍ମିଥଙ୍କ ପତ୍ନୀ ଜଡା ପିଙ୍କେଟ୍ ‘ଆଲୋପେସିଆ’ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ଅଧିକ କେଶ ଝଡ଼ିଥାଏ। ପତ୍ନୀଙ୍କ ଏହି ସମସ୍ୟାକୁ ନେଇ ସମସ୍ତଙ୍କ ଆଗରେ କ୍ରିସ୍ ରକ୍ ଏଭଳି ଥଟ୍ଟା କରିବା ପରେ ସ୍ମିଥ୍ ଏଭଳି କରିଥିବା ଜଣାପଡ଼ିଛି। ତେବେ ପରେ ସ୍ମିଥ୍ ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି।

जेडा पिंकेट स्मिथ
aajtak
ସମ୍ବନ୍ଧିତ ଖବର