ନୂଆଦିଲ୍ଲୀ: କିଛି ଦିନ ତଳେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ବହୁ ପ୍ରତୀକ୍ଷିତ "ଦିଲ-ଲୁମିନାଟି" କନ୍ସର୍ଟ ଆୟୋଜକଙ୍କୁ ନୋଟିସ ପଠାଇଥିଲେ ତେଲେଙ୍ଗାନା ସରକାର | କନ୍ସର୍ଟରେ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବା ଗୀତଗୁଡ଼ିକ ଗାଇବାକୁ ଅନୁମତି ଦିଆଯିବ ନାହିଁ ସ୍ପଷ୍ଟ କରିଥିଲେ ସରକାର | ଏବେ ଏହା ଉପରେ ଦିଲଜିତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି | ସେ କହିଛନ୍ତି, ଯଦି ଦେଶରେ ଥିବା ସବୁ ମଦ ଦୋକାନ ବନ୍ଦ ହେବ ତେବେ ମୁଁ ମଦକୁ ନେଇ ଗୀତ ଗାଇବା ବନ୍ଦ କରିଦେବି |

Advertisment

ନଭେମ୍ବର ୧୭ରେ ଗୁଜରାଟରେ ଦିଲଜିତଙ୍କ କନ୍ସର୍ଟ ଥିବା ବେଳେ ସେ ସେଠାରେ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କଲା ଭଳି ଗୀତ ଗାଇନଥିଲେ | ଏହାର କାରଣ ଜଣାଇ ସେ କହିଥିଲେ, "ଆଜି ଗୋଟେ ଭଲ ଖବର ଅଛି | ମୋତେ କୌଣସି ନୋଟିସ ମିଳି ନାହିଁ | ଆଜି ମଧ୍ୟ ମୁଁ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କଲା ଭଳି ଗୀତ ଗାଇ ନାହିଁ | କାରଣ  ଏଠାରେ ମଦ ଉପରେ ପ୍ରତିବନ୍ଧକ ଲାଗିଛି | ଅନ୍ୟ ରାଜ୍ୟକୁ ମୁଁ ଚ୍ୟାଲେଞ୍ଜ କରୁଛି, ଯଦି ସେମାନେ ନିଜ ରାଜ୍ୟରେ ମଦ ଦୋକାନ ବନ୍ଦ କରିଦେବେ ତେବେ ମୁଁ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କଲା ଭଳି ଗୀତ ଗାଇବା ବନ୍ଦ କରିଦେବି |" ତାଙ୍କର ଏଭଳି ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି |