ଶାହାରୁଖ୍‌ ଖାନ୍‌ଙ୍କୁ ମିଳିଲା ଧମକ: ଓଡ଼ିଶାରେ ପାଦ ରଖିଲେ କାଳିରେ ମୁହଁ କଳା କରିଦିଆଯିବ

ଭୁବନେଶ୍ୱର : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କୁ ଓଡ଼ିଶାରେ ପ୍ରବେଶ ନ କରିବା ପାଇଁ ଧମକ ଦିଆଯାଇଥିବା ଜଣାପଡ଼ିଛି । ଯଦି ସେ ଓଡ଼ିଶାରେ ପାଦ ରଖନ୍ତି,ତେବେ ତାଙ୍କ ସହ ଏପରି ବ୍ୟବହାର କରାଯିବ ଯାହା ସେ କେବେ ବି ଭାବି ନଥିବେ ବୋଲି ଧମକ ମିଳିଛି । କଳିଙ୍ଗ ସେନା ନାମକ ସ୍ଥାନୀୟ ସଂଗଠନ ଏହି ଧମକ ଦେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଓଡ଼ିଶାରେ ବିଶ୍ୱକପ ହକି ଆୟାଜନ ହେବାକୁ ଯାଉଛି । ଏହାର ଉଦ୍‌ଘାଟନୀ ଉତ୍ସବରେ ଶାହାରୁଖ୍‌ଙ୍କୁ ଅତିଥି ଭାବରେ ଅମନ୍ତ୍ରଣ କରାଯାଇଥିବା ବେଳେ କଳିଙ୍ଗ ସେନା ଏହାକୁ ବିରୋଧ କରିଛି । ଯଦି ଶାହାରୁଖ୍‌ ଓଡ଼ିଶା ଆସନ୍ତି ତେବେ ତାଙ୍କୁ କଳା ପତାକା ଦେଖାଇବା ସହ ତାଙ୍କ ମୁହଁ କଳା କରାଯିବ ବୋଲି ସଂଗଠନ ତରଫରୁ ଧମକ ଦିଆଯାଇଛି ।

oneindia.com

୧୭ବର୍ଷ ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମ ‘ଅଶୋକା’ରେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରାଯାଇଥିଲା । ଯାହା ପାଇଁ ଶାହାରୁଖ୍‌ କ୍ଷମା ମାଗି ନ ଥିଲେ । ଏହି କାରଣ ପାଇଁ ଆମେ ବିରୋଧ କରୁଛୁ ବୋଲି ସଂଗଠନ ତରଫରୁ କୁହାଯାଇଛି ।

ସମ୍ବନ୍ଧିତ ଖବର