ଆଖି ମରା ପରେ ଇଣ୍ଟରନେଟ୍‌ରେ ଛାଇଲା ପ୍ରିୟା ପ୍ରକାଶଙ୍କ ‘ଫ୍ଲାଇଂ କିସ୍‌’ ଭିଡିଓ

ନୂଆଦିଲ୍ଲୀ:  ଆଖି ମାରି ଚର୍ଚ୍ଚାରେ ଥିବା ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ଙ୍କ କଥା ମନେ ଅଛି? ସେ ନିକଟରେ ସୋସିଆଲ୍‌ ମିଡିଆରେ ତାଙ୍କ କୌତୂକିଆ ଚୁମ୍ବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଆଜ୍ଞା ହଁ, ପ୍ରିୟା ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଏକ ଏକ ‘ଫ୍ଲାଇଂ କିସ୍‌’ ଦଉଥିବାର ଭିଡିଓ ସେୟାର୍‌ କରିଛନ୍ତି। ତାଙ୍କର ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

 

 

View this post on Instagram

 

A post shared by Priya Prakash Varrier💫 (@priya.p.varrier) on

ଏହାବ୍ୟତୀତ ଇନ୍‌ଷ୍ଟାରେ ସେ ତାଙ୍କର ଏକ ଫଟୋ ମଧ୍ୟ ସେୟାର୍‌ କରିଛନ୍ତି। ଫଟୋରେ ପ୍ରିୟା ନାଲିି ରଂଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ପ୍ରିୟାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ତାଙ୍କ ପ୍ରଶଂସକମାନେ ହାର୍ଟ, ୱାଓ, ଅସମ୍‌ ଆଦି କମେଣ୍ଟ୍‌ ଲେଖିଛନ୍ତି। ଫଟୋରେ ପ୍ରିୟା ନାଲି ପୋଷାକ ସହ ନାଲି ଲିପ୍‌ଷ୍ଟିକ୍‌ ଓ ଏକ ଟ୍ରେଣ୍ଡି ଚଷମା ବି ଲଗାଇଛନ୍ତି।

 

 

View this post on Instagram

 

A post shared by Priya Prakash Varrier💫 (@priya.p.varrier) on

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ‘ଓରୁ ଅଦାର୍‌ ଲଭ୍‌’ ଚଳଚ୍ଚିତ୍ରରେ ପ୍ରିୟାଙ୍କର ୨୬ ସେକେଣ୍ଡ୍‌ରେ ଏକ ୱିଙ୍କ୍‌(ଆଖିମରା) ଭିଡିଓ ପାଇଁ ରାତାରାତି ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ବନି ଯାଇଥିଲେ। ଏହି ଚଳଚ୍ଚିତ୍ର ପରେ ତାଙ୍କୁ ତତ୍‌କ୍ଷଣାତ ‘ଶ୍ରୀଦେବୀ ବଂଗଲୋ’ ଚଳଚ୍ଚିତ୍ର ପାଇଁ ଅଫର୍‌ ମିଳିଥିଲା। ଚଳଚ୍ଚିତ୍ରର ସୁଟିଂ କାର୍ଯ୍ୟ ସରିଯାଇଛି ଯଦିଓ ତାହା ଏଯାବତ୍‌ ରିଲିଜ୍‌ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର