ଅଭିଷେକଙ୍କୁ ତାଙ୍କ ଜନ୍ମଦିନରେ ପତ୍ନୀ ଐଶ୍ୱର୍ଯ୍ୟା ଏମିତି ଶୁଭେଚ୍ଛା ଜଣାଇଲେ

ମୁମ୍ବାଇ: ମଙ୍ଗଳବାର ୪୩ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ। ସୋସିଆଲ୍‌ ମିଡିଆରେ ପ୍ରଶଂସକମାନେ ଅଭିଷେକଙ୍କୁ ଶୁଭେଚ୍ଛାରେ ପୋତି ଦେଇଛନ୍ତି। କେବଳ ପ୍ରଶଂସକ ନୁହଁନ୍ତି, ବଲିଉଡ୍‌ର ବହୁ କଳାକାରମାନେ ବି ଅଭିଷେକଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

ଅଭିଷେକଙ୍କର ଏକ ପିଲାବେଳର ଫଟୋ ସେୟାର୍‌ କରି ପତ୍ନୀ ଐଶ୍ୱର୍ଯ୍ୟା ଲେଖିଛନ୍ତି କି ‘ସବୁବେଳ ପାଇଁ ମୋ ଶିଶୁ। ହାପି ବାର୍ଥଡେ ବେବି।’

ସିନେ ନିର୍ମାତା କରଣ ଜୋହର ଲେଖିଛନ୍ତି, ‘ଓ! ମୋ ଭାଇ ଏବି। ତୁକରୁ ମୁଁ ୪୦ ବର୍ଷର୍ ହେଲା ଭଲପାଇ ଆସୁଛି। ତୁମେ ସବୁବେଳେ ମମ୍‌ ପାଇଁ ଓ ମୋ ପାଇଁ ସ୍ୱତନ୍ତ୍ର ରହିବ। ଏବେ ୟଶ୍‌ ଏବଂ ରୁହି ବି ବଡ଼ ହେବା ସହ ତୁମ ପରି ଜଣେ ସୁନେଲୀ ହୃଦୟର ଅଙ୍କଲ୍‌ଙ୍କୁ ଚିହ୍ନିବାକୁ ଲାଗିଲେଣି।

ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଲେଖିଛନ୍ତି, ଜୁନିୟର୍‌ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମ ଜନ୍ମଦିନରେ ବହୁତ ସାରା ଶୁଭେଚ୍ଛା।

ସମ୍ବନ୍ଧିତ ଖବର