ରିଲିଜର ଷଷ୍ଠ ଦିନରେ ସବୁଠୁ ଅଧିକ ଆୟ କରି ୧୦୦ କୋଟି କ୍ଲବ୍‌ ଅଭିମୁଖେ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: କୌଣସି ଚଳଚ୍ଚିତ୍ର ରିଲିଜ ହେବାର ଷଷ୍ଠ ଦିନରେ ପୂର୍ବ ଦିନମାନଙ୍କ ଅପେକ୍ଷା ଅଧିକ ଆୟ କରିବାର ଉଦାହରଣ ବହୁତ କମ ଦେଖାଯାଏ । ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ଛୁଟିଦିନ ହୋଇ ନଥିବା ବୁଧବାରରେ ବି ଅନ୍ୟ ଦିନମାନଙ୍କ ଅପେକ୍ଷା ସବୁଠାରୁ ଅଧିକ ଆୟ କରିଛି। ଶୁକ୍ରବାର ପ୍ରଥମ ଦିନରେ ୩.୫୫ କୋଟି ଆୟ କରିଥିବା ‘ଦ କଶ୍ମୀର ଫାଇଲ୍ସ’ ବୁଧବାର ତଥା ଷଷ୍ଠ ଦିନରେ ୧୯.୦୫ କୋଟି ଆୟ କରିଛି। ‘ଦ କଶ୍ମୀର ଫାଇଲ୍ସ’ ଛଅ ଦିନରେ ସର୍ବମୋଟ ୭୯.୩ କୋଟି ଆୟ କରିଛି। ଦିନକୁ ଦିନ ଯେପରି ‘ଦ କଶ୍ମୀର ଫାଇଲ୍ସ’ର ଆୟ ବଢୁଛି ସେହି ଅନୁସାରେ ଗୁରୁବାର ଦିନ ‘ଦ କଶ୍ମୀର ଫାଇଲ୍ସ’ ୧୦୦ କୋଟି କ୍ଲବକୁ ଛୁଇଁବ ବୋଲି ଆଶା କରାଯାଉଛି।

‘ଦ କାଶ୍ମୀର ଫାଇଲ୍ସ’ ପ୍ରତ୍ୟେକ ଦିନର ଆୟ(କେବଳ ଭାରତରେ):

ଶୁକ୍ରବାର(ମାର୍ଚ୍ଚ ୧୧)- ୩.୫୫ କୋଟି
ଶନିବାର – ୮.୫୦ କୋଟି
ରବିବାର – ୧୫.୧୦ କୋଟି
ସୋମବାର – ୧୫.୦୫ କୋଟି
ମଙ୍ଗଳବାର – ୧୮ କୋଟି
ବୁଧବାର – ୧୯.୦୫ କୋଟି
ମୋଟ – ୭୯.୨୫ କୋଟି

‘ଦ କଶ୍ମର ଫାଇଲ୍ସ’ରେ ଅନୁପମ ଖେର୍, ମିଥୁନ୍ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ, ଚିନ୍ମୟ ମାନ୍ଦଲେକର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ବିବେକ ଅଗ୍ନିହୋତ୍ରୀ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ। ସୌରଭ୍ ଏମ୍ ପାଣ୍ଡେ ଓ ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ରର କାହାଣୀକୁ ଲେଖିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ, ଅଭିଷେକ ଅଗ୍ରଓ୍ଵାଲ ଓ ପଲ୍ଲବୀ ଯୋଶୀ।

ସମ୍ବନ୍ଧିତ ଖବର