ନୂଆଦିଲ୍ଳୀ: ଆମେ ଅନେକ ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ଜାଣନ୍ତି ଓ ସେମାନଙ୍କୁ ବାରମ୍ବାର ଶୁଣନ୍ତି। ମାତ୍ର ଏପରି କିଛି ଲୋକ ଅଛନ୍ତି ଯିଏକି ବହୁତ ଭଲ ଗାଆନ୍ତି, ମାତ୍ର ଆମେ ତାଙ୍କୁ ଜାଣନ୍ତି ନାହିଁ। ଏବେ ଇଣ୍ଟର୍ନେଟ୍ରେ ଜଣେ ମହିଳାଙ୍କ ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ମହିଳା ଜଣକ ରୁଟି କରୁଥିବା ବେଳେ ଗୀତ ଗାଉଥିବାର ଦେଖିବାକୁ ମିଳିଛନ୍ତି। ମହିଳାଙ୍କୁ ଗୀତ ଗାଇବାକୁ ତାଙ୍କ କୁନି ପୁଅ ବାଧ୍ୟ କରୁଥିବାର ଭିଡିଓର ଆରମ୍ଭରେ ଶୁଣିବାକୁ ମିଳିଛି। ମହିଳା ଜଣକ ୧୯୭୬ ମସିହାର ଲୋକପ୍ରିୟ ଗୀତ ‘ମେରେ ନୈନା ସାୱନ୍ ଭାଦୋ’ ଗୀତ ଗାଉଥିବାର ଭିଡିଓରେ ଦୃଶ୍ୟମାନ ହୋଇଛି। ସେ ଏହି ଗୀତଟିକୁ ଏତେ ସୁନ୍ଦର ସ୍ବରରେ ଗାଇଛନ୍ତି ଯେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଭିଡିଓଟିକୁ ଦେଖି ଖାଲି ପ୍ରଶଂସା କରି ଚାଲିଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ତଳେ ବସି ରୁଟି କରୁଛନ୍ତି। ସେହି ସମୟରେ ତାଙ୍କ ପୁଅ ଆସି ଏକ ଗୀତ ଗାଅ କହି ଅନୁରୋଧ କରୁଛନ୍ତି। ହଉ ଏଇ ଗୋଟିଏ ଗୀତ ଗାଇବି ବୋଲି କହି ମହିଳା ଜଣକ ଗୀତ ଗାଇବା ଆରମ୍ଭ କରୁଛନ୍ତି। ଭିଡିଓଟି ସୋସିଆଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଏହାର ମିଲିୟନ୍ ଉପରେ ଭିୟୁ ହୋଇ ସାରିଲାଣି।
‘ମେରେ ନୈନା ସାୱନ୍ ଭାଦୋ’ ଗୀତଟି ‘ମେହେବୁବା’ ଚଳଚ୍ଚିତ୍ରର। ଗୀତଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଆର୍ଡି ବୁର୍ମାନ୍। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର୍ ଓ କିଶୋର କୁମାର।