ନୂଆଦିଲ୍ଲୀ: ଅନୁଭବ ସିହ୍ନାଙ୍କ ଫିଲ୍ମ 'ଥପଡ'ର ଟ୍ରେଲର ଗତ ଶୁକ୍ରବାର ରିଲିଜ୍ ହୋଇ ସାରିଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଫିଲ୍ମର କାହାଣୀ ଓ ତାପସୀଙ୍କ ଅଭିନୟ ଏବେ ସମସ୍ତଙ୍କୁ ପସନ୍ଦ ଆସୁଥିବା ବେଳେ କାହାଣୀରୁ ଜଣେ ମହିଳାଙ୍କୁ ନିଜ ସ୍ବାମୀ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାର ସାହାସ ମିଳିଥିବା ଜଣା ପଡ଼ିଛି। ଫିଲ୍ମରେ ଘରୋଇ ହିଂସାକୁ ନେଇ ଲୋକମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରାଯାଇଛି। ତେବେ ଫିଲ୍ମର ଟ୍ରେଲର ସହ ଜଣେ ମହିଳାଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
Meet my help ,Bindu.When she is not there my life goes topsy-turvy. She has three children&violent husband,who has hit her many times.I have tried to help her in the past,few times she even officially complained,but she went back to him. Showed her the #ThappadTrailer .@taapseepic.twitter.com/dNO9rUHRL2
— Rudrani Chattoraj (@rudrani_rudz) February 2, 2020
ଭାଇରାଲ ହେଉଥିବା ଭିଡିଓରେ ମହିଳାଜଣଙ୍କ କହୁଛନ୍ତି, ଯଦି ମୋ ସ୍ବାମୀ ମୋ ଉପରକୁ ହାତ ଉଠାଇବ, ତେବେ ମୁଁ ମଧ୍ୟ ହାତ ଉଠାଇବି। ପରେ ତାଙ୍କୁ ପୁଲିସ ପାଖକୁ ନେଇକି ଯିବି ବୋଲି କହୁଛନ୍ତି। ମିଳିଥିବା ସୂଚନା ମୁତାବକ, ପୂର୍ବରୁ ମହିଳା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ପୁଲିସ ଷ୍ଟେସନରେ ଦୁହିଁଙ୍କ ପରିବାର ସବୁଥର ଦୁହିଁଙ୍କୁ ବୁଝାଇ ଘରକୁ ଫେରାଇ ଆଣନ୍ତି। କିନ୍ତୁ ଥପଡ ଟ୍ରେଲର ଦେଖିବା ପରେ ମହିଳା ନିଜ ଅଧିକାରକୁ ନେଇ ଅଧିକ ସଚେତନ ହୋଇଥିବା କହିଛନ୍ତି। ଏହା ସହ ଆଗକୁ ସ୍ବାମୀ ହାତ ଉଠାଇଲେ ମୁଁ ସହିବି ବି ନାହିଁ। ହାତ ଉଠାଇବା ସହ ପୁଲିସରେ ଅଭିଯୋଗ କରିବି ବୋଲି ସେ କହିଛନ୍ତି।