ମହିଳାଙ୍କ ବିବାହ ପ୍ରସ୍ତାବ, ଟାଇଗର୍‌ଙ୍କ ଉତ୍ତର

ମୁମ୍ବାଇ:  ଆକ୍ସନ୍‌ ଷ୍ଟାର୍‌ ଟାଇଗର୍‌ ସ୍ରଫ୍‌ ଆଜି ଇନ୍‌ଷ୍ଟାଗ୍ରାମ୍‌ରେ ‘ଆସ୍କ ମି ଏନିଥିଂ(ମୋତେ କିଛି ବି ପଚାର)ସେସନ୍‌ ଆରମ୍ଭ କରିଥିଲେ। ଏହାଦ୍ବାରା ସେ ପ୍ରଶଂସକମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ସିଧାସଳଖ କଥାବାର୍ତା ହୋଇପାରନ୍ତି। ତେବେ ଏହି ସେସନ୍‌ରେ ଜଣେ ମହିଳା ତାଙ୍କୁ କହିଥି‌ଲେ, ‘ବ୍ରିଟେନ୍‌କୁ ଚାଲି ଆସ ଓ ମୋତେ ବିବାହ କରି ନିଅ’। ମହିଳାଙ୍କ ଏହ‌ି ପ୍ରସ୍ତାବରେ ଟାଇଗର୍‌ଙ୍କ ଉତ୍ତର ପ୍ରଶଂସକଙ୍କ ମନ ଜିଣି ନେଇଛି।

ଟାଇଗର୍‌ ଏହାର ଉତ୍ତରରେ ଲେଖିଛନ୍ତି, ଆଉ କିଛି ବର୍ଷ ଯାଉ…। ମୋତେ ଏବେ ବହୁତ କିଛି ଶିଖିବାର ଅଛି ଓ ଅଧିକ ଟଙ୍କା ରୋଜଗାର କରିବାର ଅଛି। ତେବେ ଯାଇ ମୁଁ ତୁମର ଭଲରେ ଯତ୍ନ ନେଇପାରିବି। ଟାଇଗର୍‌ଙ୍କ ଏହି ଉତ୍ତର ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ଆଉ ଜଣେ ପ୍ରଶଂସକ ଟାଇଗର୍‌ଙ୍କୁ ଅଭିନେତା ଆଲୁ ଅର୍ଜୁନଙ୍କ ସହ ତୁଳନା କରିଥିଲେ। ଏହାର ଉତ୍ତରରେ ଟାଇଗର୍‌ ଲେଖିଛନ୍ତି, ‘ଆଶା କରୁଛି, ମୁଁ ତାଙ୍କ ଭଳି ମୁଭ୍‌ କରିପାରନ୍ତି’। ଟାଇଗର୍‌ଙ୍କ ଏଭଳି ନମ୍ର ସ୍ବଭାବ ପ୍ରଶଂସକଙ୍କୁ ଆକର୍ଷିତ କରୁଛି।

ସମ୍ବନ୍ଧିତ ଖବର