ବ୍ୟାରିକେଡ୍‌ ଭିତରୁ ବାହାରି ମୋଦିଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଲେ ଏହି ମହିଳା,ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ଏକ୍ସପ୍ରେସ୍‌ େଓ୍ଵର ଉଦ୍‌ଘାଟନ୍‌ କରିଛନ୍ତି। ୧୪ଲେନ୍‌ର ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌ େଓ୍ଵ ଉଦ୍‌ଘାଟନ୍‌ ପରେ ମୋଦି ତାଙ୍କ ଏସ୍‌ୟୁବିରେ ରୋଡ ସୋ’ରେ ବାହାରିଥିଲେ। ତାଙ୍କ ସହିତ କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ବି ଥିଲେ। ସେ ଦିଲ୍ଲୀରରୁ ୟୁପି ଗେଟ୍‌ ଅଭିମୁଖେ ଯାଉଥିବା ସମୟରେ ତାଙ୍କ ଗାଡ଼ି ସାମ୍ନାରେ ହଠାତ୍‌ ଜଣେ ମହିଳା ଚାଲି ଆସିଥିଲେ। ଏହାକୁ ଦେଖି ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ସେମାନେ ତୁରନ୍ତ ମହିଳାଙ୍କୁ ରାସ୍ତା ପାର୍ଶ୍ୱକୁ ଯିବା ପାଇଁ କହିଥିଲେ। ମୋଦି ବି ଇଶାରା କରି ମହିଳାଙ୍କୁ ଗାଡ଼ି ସାମ୍ନାରୁ ରାସ୍ତା ପାର୍ଶ୍ୱକୁ ଯିବାକୁ କହିଥିଲେ।

ରୋଡ ସୋ’ ସମୟରେ ମୋଦିଙ୍କ ଗୋଟିଏ ଝଲକ ପାଇବା ପାଇଁ ରାସ୍ତା ପାର୍ଶ୍ୱରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଲୋକମାନେ ମୋଦିମୋଦି ବୋଲି ନାରା ଦେଉଥିଲେ। ମୋଦି ବି ହାତ ହଲାଇ ଲୋକମାନଙ୍କୁ ଅଭିନନ୍ଦନ ଜଣାଉଥିଲେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୁଲିସର ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଦିଲ୍ଲୀର ଫାଏଓଭର ପାଖରେ ପିଏମ୍‌ଙ୍କ ଗାଡ଼ି ପହଞ୍ଚିଛି କି ନାହିଁ ଲୋକମାନେ ଉତ୍ସାହିତ ହୋଇପଡ଼ିଥିଲେ। ଯେମିତି ହିଁ ମୋଦିଙ୍କ ଗାଡ଼ି ଲୋକମାନଙ୍କ ପାଖରେ ପହଞ୍ଚିଥିଲା ସେଥିମଧ୍ୟରୁ ଜଣେ ମହିଳା ହଠାତ୍‌ ବ୍ୟାରିକେଡ୍‌ ଭାଙ୍ଗି ମୋଦିଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଥିଲେ। ଯବାନମାନେ ତାଙ୍କୁ ବୁଝାଇ ସୁଝାଇ ରାସ୍ତା ପାର୍ଶ୍ୱକୁ ନେଇ ଯାଇଥିଲେ। ଦେଖନ୍ତୁ ଭିଡିଓରେ ଏହି ଦୃଶ୍ୟକୁ….

ସମ୍ବନ୍ଧିତ ଖବର