ଆମୀରଙ୍କ ସ୍ୱପ୍ନ ପୂରା ହେଲା, ଜାଣନ୍ତୁ କେଉଁ ସ୍ୱପ୍ନ

ନୂଆଦିଲ୍ଲୀ: ବଲିଉଡ୍‌କୁ ବର୍ଷକୁ ପ୍ରାୟ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଦେଉଥିବା ଅଭିନେତା ଆମୀର୍‌ ଖାନଙ୍କ ସ୍ୱପ୍ନ ସାକାର ହୋଇଛି। ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ସହ ‘ଥଗ୍‌ସ ଅଫ୍‌ ହିନ୍ଦୁସ୍ଥାନ’ରେ ଏକତ୍ର କାମ କରିବା ପରେ ନିଜର ସ୍ୱପ୍ନ ସତ ହୋଇଛି ବୋଲି ଆମୀର ଜଣାଇଛନ୍ତି। ଅମିତାଭ ବଚ୍ଚନଙ୍କ ସହ କାର୍ଯ୍ୟ କରିବା ଅନେକ ବର୍ଷ ହେବ ତାଙ୍କର ଏକ ସ୍ୱପ୍ନ ଭାବେ ରହିଥିଲା।

ଏହି ୫୩ ବର୍ଷିଅ ଅଭିନେତା ପୁଣି ପ୍ରକାଶ କରିଛନ୍ତି ଯେ ନିଜ କ୍ୟାରିୟର୍‌ର ୩୦ ବର୍ଷ ଭିତରେ ସେ ନିଜର ପ୍ରିୟ ଚଳଚ୍ଚିତ ‘ସୋଲେ’ର ସୁପର୍‌ଷ୍ଟାର୍‌ ଅମିତାଭଙ୍କ ସହ ଗୋଟିଏ ହେଲେ ଚଳଚ୍ଚିତ୍ର ପୂର୍ବରୁ କରିନାହାନ୍ତି।

ଅମିତାଭଙ୍କ ସହ କାମ କରିବା ନେଇ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆମୀର କହନ୍ତି, ‘ଅମିତାଭଙ୍କ ସହ କାମ କରିବା ପାଇଁ ମୁଁ ସବୁବେଳେ ସ୍ୱପ୍ନ ଦେଖି ଆସୁଛି। ମୁଁ ଏହି ସିନେ ଜଗତରେ ୩୦ ବର୍ଷ ହେବ ଅଛି। ମାତ୍ର ତା ସତ୍ତ୍ୱେ ବି ଅମିତାଭ ଜୀଙ୍କ ସହ ଗୋଟିଏ ବି ଚଳଚ୍ଚିତ୍ର ନ କରିଥିବାରୁ ମୁଁ ବହୁତ ଦୁଃଖ ଅନୁଭବ କରୁଛି।’

ଅମିତାଭଙ୍କ ସହ ଚଳଚ୍ଚିତ୍ର କରିବା ପରେ ଆମୀର କହନ୍ତି କି ‘ତାଙ୍କ ସହ କାର୍ଯ୍ୟ କରିବା କେବଳ ଖୁସିର କଥା। ସେ ଏପରି ଜଣେ ବ୍ୟକ୍ତି ଯାହାଙ୍କଠାରୁ ମୁଁ କିଛି ସିଖିପାରିଛି।’

ସମ୍ବନ୍ଧିତ ଖବର