ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା ‘ଚରିତ୍ର’, ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ‘ମଞ୍ଜରୀ’ରେ

ଭୁବନେଶ୍ବର: ଚଳିତ ମାସ ୨୫ ତାରିଖ ସନ୍ଧ୍ୟା ୬ଟାରେ ଓଡ଼ିଆ ସିନେମା ‘ଚରିତ୍ର’ର ୱାର୍ଲ୍ଡ  ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ‘ମଞ୍ଜରୀ’ରେ । କୋରାପୁଟ ସହରକୁ ବଦଳି ହୋଇ ଆସନ୍ତି ସରକାରୀ ଅଫିସର ଅଭିଷେକ ପଟ୍ଟନାୟକ, ସାଥିରେ ନବବିବାହିତା ପତ୍ନୀ ମଧୁ । ନୂଆ କ୍ୱାର୍ଟରରେ ନିଜର ଜିନିଷ ପତ୍ର ସଜାଉ ସଜାଉ ମଧୁ ହାତରେ ପଡେ ଏକ  ଡାଏରୀ । ସେଇ ଡାଏରୀର ପୃଷ୍ଠାରେ ଲେଖା ଥାଏ ସେମାନଙ୍କ ପୂର୍ବରୁ ସେଇ  କ୍ୱାର୍ଟରରେ ରହୁଥିବା ଅଫିସର ସୁଧୀର ପାଣିଗ୍ରାହୀଙ୍କ ପତ୍ନୀ କଳ୍ପନାର ନିସଙ୍ଗତା. ସ୍ୱପ୍ନ ଓ ସମ୍ପର୍କର କାହାଣୀ । ଡାଏରୀର ଜୀବନ୍ତ ପୃଷ୍ଠାଗୁଡିକ ତା’କୁ ଅତି ନିକଟତର କରି ବସେ କଳ୍ପନା ସହିତ । ହେଲେ କେଇ ପୃଷ୍ଠାର ଲେଖା ପରେ ଅବଶିଷ୍ଟ ପୃଷ୍ଠା ସେମିତି ଅଲେଖା  ହୋଇ ରହିଥାଏ । କଳ୍ପନାର ଚରିତ୍ରକୁ ଏତେ  ପାଖରୁ ପଢିଥିବା ମଧୁ ତା’ର ଅବର୍ତ୍ତମାନରେ ତା’କାହାଣୀର ଅବଶିଷ୍ଟାଂଶ ଜାଣିବା ପାଇଁ ଉତ୍ସୁକ ହୋଇ ଉଠେ । ହେଲେ ତାକୁ କ’ଣ ମିଳେ ସବୁ ପ୍ରଶ୍ନର ଉତ୍ତର? ଏମିତି ରହସ୍ୟ ଓ ରୋମାଞ୍ଚକୁ ନେଇ ଗତିଶୀଳ ହୁଏ ‘ଚରିତ୍ର’ର କାହାଣୀ।
Charitra Official Trailer:
‘ମଞ୍ଜରୀ’ ପକ୍ଷରୁ ପ୍ରସ୍ତୁତ ଏହି ସିନେମାରେ ମୁଖ୍ୟ ଭୂମିକାରେ ଅନନ୍ୟା  ମିଶ୍ର, ଗାର୍ଗୀ ମହାନ୍ତି, ହର ରଥ, ପାର୍ଥ ସାରଥୀ ରାଏ ଏବଂ ଦୀପାନ୍ୱିତ ଦାସ ମହାପାତ୍ରଙ୍କ ଅଭିନୟ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଭାର ଶିଶିର କୁମାର ସାହୁ ଏବଂ ପିନାକୀ ସିଂ ତୁଲାଇଥିବା ବେଳେ ସଙ୍ଗୀତ ଦାୟିତ୍ବ ତୁଲାଇଛନ୍ତି କସ୍ତୁରୀ କୌଶିକ, ଇଶାନ୍ ଶର୍ମା ଓ ଜେରୀ ସିଲଭେଷ୍ଟର ଭିନ୍ସେଣ୍ଟ । ଏହା ସହିତ ସିନେମାରେ ଲଭିତା ଲୋବୋ, ପୂଜା ଭେଙ୍କଟ, ଗୌରବ ଆସନ୍ଦ ଏବଂ କୁଲଦୀପ ପଟ୍ଟନାୟକଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସୁମଧୁର ଗୀତ ଶୁଣିବାକୁ ମିଳିବ ।
ଫିଲ୍ମର ଟ୍ରେଲର ଏବଂ ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ଏହି ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ସେତିକି ଭଲପାଇବା ଏବଂ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି।
Songs : 
‘ମଞ୍ଜରୀ’ ହେଉଛି ପ୍ରଥମ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଯାହାକୁ ଓଡ଼ିଆ ଦର୍ଶକ ସମ୍ପୂର୍ଣ୍ଣ ଭାବେ ବିନା ମୂଲ୍ୟରେ ଦେଖିପାରୁଛନ୍ତି ।  ଓଡ଼ିଶାର ପ୍ରାୟ ସମସ୍ତ ମଲ୍ଟି ସିଷ୍ଟମ ଅପରେଟର, ଲୋକାଲ କେବୁଲ ନେଟୱର୍କ, ଏୟାରଟେଲ (ଚାନେଲ ନମ୍ବର- ୬୦୦), ଟାଟା ସ୍କାଏ (ଚାନେଲ ନମ୍ବର- ୧୭୬୦), ଡିସ୍ ଟିଭି (ଚାନେଲ ନମ୍ବର-୧୩୦୯), ଡିଟୁଏଚ୍ (ଚାନେଲ ନମ୍ବର- ୮୩୦), ସନ୍ ଡାଇରେକ୍ଟ (ଚାନେଲ ନମ୍ବର- ୬୫୬), ଜିଟିପିଏଲ୍ (ଚାନେଲ ନମ୍ବର- ୭୦୫), ଇଏମ୍ ଡିଜିଟାଲ (ଚାନେଲ ନମ୍ବର-୧୧୪), ହାଥ୍ ୱେ(ଚାନେଲ ନମ୍ବର-୭୩୩) ଓ ସିଟି କେବୁଲ (ଚାନେଲ ନମ୍ବର- ୧୬)ରେ ‘ମଞ୍ଜରୀ’ ଉପଲବ୍ଧ ହେଉଛି । ଦର୍ଶକଙ୍କ ସହିତ ସବୁ ସମୟରେ ଯୋଡି ହୋଇ ରହିବା ପାଇଁ ‘ମଞ୍ଜରୀ’ ୟୁଟ୍ୟୁବ୍, ଫେସବୁକ, ଇନଷ୍ଟାଗ୍ରାମ୍ ଓ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ରହିଛି।
ସମ୍ବନ୍ଧିତ ଖବର