‘ମଞ୍ଜରୀ’ରେ ଓଡ଼ିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’ର ୱାର୍ଲ୍ଡ ଟେଲିଭିଜନ୍ ପ୍ରିମିୟର

ଭୁବନେଶ୍ବର:  ପୃଥିବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ସୁପରହିଟ୍ ଓଡ଼ିଆ ଆକ୍ସନ ଫିଲ୍ମ ‘ତାଣ୍ଡବ’ର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ରବିବାର ସନ୍ଧ୍ୟା ୬ଟାରେ ‘ମଞ୍ଜରୀ’ରେ  ହେବାକୁ ଯାଉଛି ।

ସନ୍ଦୀପ ସାହୁଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଦେବାଶିଷ ପତି, ଚନ୍ଦ୍ରାଣୀ ଦାସ, ଅନୀଶା, ମିହିର ଦାସ, ପୁଷ୍ପା ପଣ୍ଡା, ମନୋଜ ମିଶ୍ର ଓ ସମ୍ଭବ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହା ଛଡା ଫିଲ୍ମରେ ଅଭିନେତ୍ରୀ ଜୀନା ସାମଲଙ୍କୁ ଏକ ଆଇଟମ୍ ଗୀତରେ ଦେଖିବାକୁ ମିଳିବ । ଫିଲ୍ମରେ ଅଗ୍ନିରାଜ କିଶୋର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରବୀନ କୁମାର ଓ ରାକେଶ ଦାଶ ଗୀତରଚନା କରିଛନ୍ତି। ଏହା ସହିତ ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ବିଷ୍ଣୁମୋହନ କବି, ଲିପ୍ସା ମହାପାତ୍ର, ନନ୍ଦିତା ଭଞ୍ଜ ଏବଂ ତାରିକ୍ ଅଜିଜଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସୁମଧୁର କଣ୍ଠରେ ଥିବା ଫିଲ୍ମର ଗୀତଗୁଡିକ ଖୁବ ମନଛୁଆଁ ହୋଇପାରିଛି ଏବଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ ଫିଲ୍ମର ନାୟିକା ନିଜ ପ୍ରେମିକାକୁ ହତ୍ୟା କରିବାର ମିଛ ଆରୋପରେ ଫସି ଜେଲ ଯାଏ । ଏହାର ଅନେକ ବର୍ଷ ପରେ ସେ ଜେଲରୁ ବାହାରି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ଏବଂ ପ୍ରେମିକାର ପ୍ରକୃତ ହତ୍ୟାକାରୀକୁ ଖୋଜିବା ପାଇଁ ଲାଗିପଡେ ହେଲେ ଏଥିରେ ସେ କେତେ ଦୂର ସଫଳ ହୁଏ ଏବଂ ପ୍ରକୃତ ଆରୋପୀକୁ ଖୋଜିପାଏ କି ନାହିଁ ତାହାକୁ ନେଇ କାହାଣୀ ଗତିଶୀଳ ।

ଫିଲ୍ମର ଟ୍ରେଲର ଏବଂ ଗୀତକୁଡିକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ଏହି ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ସେତିକି ଭଲପାଇବା ଏବଂ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର