ଓଡ଼ିଆ ସିନେମା ‘ତୁ ଭାରି ବିଉଟିଫୁଲ୍’ର ଟେଲିଭିଜନ ପ୍ରିମିୟର ଆସନ୍ତାକାଲି, କେବଳ ମଞ୍ଜରୀ ଟିଭିରେ

ଭୁବନେଶ୍ବର: ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ ପୁଣି ଏକ ଓଡ଼ିଆ ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛି। ଆଉ ଏହି ଭିନ୍ନସ୍ବାଦର ଚଳଚ୍ଚିତ୍ରର ନାଁ ହେଉଛି  ‘ତୁ ଭାରି ବିଉଟିଫୁଲ୍’।  ଏହି ରୋମାଣ୍ଟିକ ମ୍ୟୁଜିକାଲ୍ ମୁଭିର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ମଞ୍ଜରୀ ଟିଭିରେ ପ୍ରସାରିତ ହେବ ।

ଫିଲ୍ମ ‘ତୁ ଭାରି ବିଉଟିଫୁଲ’ରେ ଦେଖିବାକୁ ମିଳିବ ତ୍ରିକୋଣୀୟ ପ୍ରେମ କାହାଣୀ, ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଞ୍ଜୟ ନାୟକ ଓ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଜ୍ୟୋତି ନାୟକ, ଲିପ୍ସା ମିଶ୍ର ଓ ଅର୍ଚ୍ଚିତା ମହାନ୍ତି । ଏହାବ୍ୟତୀତ କୁନା ତ୍ରିପାଠୀ. ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି, ପ୍ରେମାଞ୍ଜନ ପରିଡା ଓ ସୁରେଶ ବଳ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି ।

ମେ‌ଲୋଡି ମେକର ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଇରା ମହାନ୍ତି, ହ୍ୟୁମାନ ସାଗର, ଅସୀମା ପଣ୍ଡା ଓ ଆଶୁତୋଷ ମହାନ୍ତି, ଅରୋଶିଷ୍ ଓ ନେହା ନୀହାରିକା ପ୍ରମୁଖ କଣ୍ଠଦାନ କରିଛନ୍ତି । ସୁବାସ ମିଶ୍ର ଓ ମଳୟ ମିଶ୍ର ଏଥିରେ ଗୀତ ରଚନା କରିଛନ୍ତି । ଏହି ଲିଙ୍କକୁ ( https://www.youtube.com/watch?v=gXShz-pFAn0)  କ୍ଲିକ କରି ଦେଖନ୍ତୁ ‘ତୁ ଭାରି ବିଉଟିଫୁଲ୍’ର ପ୍ରଥମ ଝଲକ।

ସମ୍ବନ୍ଧିତ ଖବର