ସୁଶାନ୍ତଙ୍କ ସ୍ମୃତି‌‌‌ରେ କାଳୀଘାଟରେ ପୂଜା

ଗତ ୧୪ତାରିଖ ଦିନ ସୁଶାନ୍ତଙ୍କ ମୃତ୍ୟୁକୁ ୪ମାସ ପୂରିଥିବା ବେଳେ ଶ୍ରଦ୍ଧାଞ୍ଜଳି ସ୍ବରୂପ ପାଟନା ଓ ବାରଣାସୀରେ ସୁଶାନ୍ତଙ୍କ ପାଇଁ ସ୍ମାରକୀ ଯାତ୍ରା ଆୟୋଜନ ହୋଇଥିଲା। ଏହାକୁ ସୁଶାନ୍ତଙ୍କ ପ୍ରଶଂସକମାନେ ପସନ୍ଦ କରିଥିବ‌ା ବେଳେ ସୁଶାନ୍ତଙ୍କ ବନ୍ଧୁ ତଥା କୋରିଓଗ୍ରାଫର୍‌ ଗଣେଶ ହିୱାରକର ଏହି ଦୁଇ କାର୍ଯ୍ୟକ୍ରମରେ ବେଶ୍‌ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ତେବେ ଗଣେଶ ଆଜି କୋଲକାତାର କାଳୀଘାଟରେ ସୁଶାନ୍ତଙ୍କ ସ୍ମୃତିରେ କାଳୀପୂଜାର ଆୟୋଜନ କରିବା ସହ ତାଙ୍କୁ ନ୍ୟାୟ ଦେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ବଲିଉଡ୍‌ ସେଲିବ୍ରିଟି ଓ ସୁଶାନ୍ତଙ୍କ ପ୍ରଶଂସକ ଯୋଗ ଦେଇଥିଲେ। ଏହି ଅବସରରେ ଗଣେଶ କହିଛନ୍ତି, ସୁଶାନ୍ତଙ୍କୁ ନ୍ୟାୟ ଦାବିକୁ ସତ୍ୟାଗ୍ରହରେ ପରିଣତ କରିବାକୁ ଚେଷ୍ଟା କରାଯିବ।

ସମ୍ବନ୍ଧିତ ଖବର