ସ୍କୁଲ ପିଲାଙ୍କୁ ଦିଆ ଯାଇଥିବା ବହିରେ ମିଲ୍‌ଖା ସିଂଙ୍କ ଫଟୋ ପରିବର୍ତ୍ତେ ନିଜ ଫଟୋ ଦେଖି ରାଗି ଗଲେ ଫର୍‌ହାନ୍‌, ଟ୍ଵିଟ୍‌ କରି ସଂଶୋଧନ କରିବାକୁ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀଙ୍କୁ ଦେଲେ ସୂଚନା

ମୁମ୍ବାଇ: ପଶ୍ଚିମବଙ୍ଗରେ ପିଲମାନଙ୍କୁ ପଢ଼ାଯାଉଥିବା ବହିରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି । ବହିରେ ମିଲ୍‌ଖା ସିଂଙ୍କ ବିଷୟରେ ଲେଖା ଯାଇଥିବା ବେଳେ ମିଲ୍‌ଖା ସିଂଙ୍କ ପରିବର୍ତ୍ତେ ଫର୍‌ହାନ୍‌ ଅଖ୍‌ତରଙ୍କ ଫଟୋ ଥିବା ଦେଖିବାକୁ ମିଳିଛି । ଜଣେ ଟ୍ଵିଟର ବ୍ୟବହାରକାରୀ ବହିର ଏକ ଫଟୋ ଉଠାଇ ଟ୍ଵିଟ୍‌ କରିବା ପରେ ଏହି ତ୍ରୁଟିଟି ସାର୍ବଜନୀନ ହୋଇଥିଲା ।

ସୂଚନା ମୁତାବକ, ବଲିଉଡ୍‌ ଅଭିନେତା ଫର୍‌ହାନ୍‌ ଅଖ୍‌ତର ଆଥ୍‌ଲେଟ୍‌ ମିଲ୍‌ଖା ସିଂଙ୍କ ଜୀବନୀକୁ ନେଇ ତିଆରି ହୋଇଥିବା ଫିଲ୍ମରେ ମିଲ୍‌ଖାଙ୍କ ଚରିତ୍ରରେ ନଜର ଆସିଥିଲେ । ଏବେ ପଶ୍ଚିମବଙ୍ଗରେ ପଢ଼ା ଯାଉଥିବା ଏକ ବହିରେ ଫିଲ୍ମ ଭାଗ୍‌ ମିଲ୍‌ଖା ଭାଗ୍‌ର ଏକ ପୋଷ୍ଟର ଥିବା ସହ ମିଲ୍‌ଖାଙ୍କ ବିଷୟରେ ଲେଖା ଯାଇଥିବା ଦେଖା ଯାଇଛି । ଲାଇଫ୍‌ ଘୋଷ ନାମକ ଜଣେ ଟ୍ଵିଟର ବ୍ୟବହାରକାରୀ ଏହାର ଫଟୋ ପୋଷ୍ଟ କରି ପଶ୍ଚିମବଙ୍ଗରେ ବହିରେ ମିଲ୍‌ଖା ସିଂଙ୍କ ପରିବର୍ତ୍ତେ ଫର୍‌ହାନଙ୍କ ଫଟୋ ଲାଗିଛି । ଏହା ନୂଆ ନୁହେଁ । ଏଭଳି ଘଟଣା ଅନେକ ଥର ଘଟି ସାରିଛି । ଅନ୍ୟ ପକ୍ଷରେ ଏ ବିଷୟରେ ଫର୍‌ହାନ୍‌ ଅଖ୍‌ତର ଜାଣିବା ପରେ ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀଙ୍କୁ ଟ୍ଵିଟ୍‌ କରି ଏହି ଭୁଲର ସଂଶୋଧନ କରିବା ପାଇଁ କହିଛନ୍ତି । ଟ୍ଵିଟ୍‌ କରି ବହିକୁ ଆଉ ଥରେ ଠିକ୍‌ ଭାବରେ ଛପାଇବା ପାଇଁ କହିଛନ୍ତି ଫର୍‌ହାନ୍‌ ।

ସମ୍ବନ୍ଧିତ ଖବର