ସୁଟିଂରୁ ୨ ଦିନ ଛୁଟି ପାଇ ଗର୍ଭବତୀ ପତ୍ନୀ ଦୀପିକାଙ୍କୁ ବୁଲେଇ ନେଲେ ସୋଏବ, ପ୍ରଶଂସା କଲେ ଶୁଭେଚ୍ଛୁ
ମୁମ୍ବାଇ: ଟେଲି ଅଭିନେତ୍ରୀ ଦୀପିକା କକ୍କର ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହୁଛନ୍ତି। ସେ ଗର୍ଭବତୀ ଥିବା ଖବର ଜଣାପଡ଼ିବା ପରେ ତାଙ୍କୁ ନେଇ ଚର୍ଚ୍ଚା ବେଶି ହେଉଛି। ଖୁବ୍ ଶୀଘ୍ର ମାଆ ବନିବାକୁ ଯାଉଛନ୍ତି ‘ଶଶୁରାଲ୍ ସିମର୍ କା’ ଅଭିନେତ୍ରୀ ଦୀପିକା। ସେ ତାଙ୍କର ଗର୍ଭକାଳୀନ ସମୟକୁ ଢେର ଅଧିକ ଉପଭୋଗ କରୁଛନ୍ତି।
ଦୀପିକା ତାଙ୍କର ପ୍ରଥମ ଛୁଆକୁ ଜନ୍ମ ଦେବାକୁ ଯାଉଛନ୍ତି। ଦୀପିକାଙ୍କର ଏହି ଜଟିଳ ସମୟରେ ତାଙ୍କ ସ୍ବାମୀ ତଥା ଅଭିନେତା ସୋଏବ୍ ଇବ୍ରାହିମ୍ ତାଙ୍କର ଖୁବ୍ ଧ୍ୟାନ୍ ରଖୁଥିବାର ଦେଖିବାକୁ ମିଳୁଛି। ଦୀପିକାଙ୍କର ପ୍ରତ୍ୟେକ ଇଚ୍ଛାକୁ ସୋଏବ ପୂରା କରୁଛନ୍ତି।
ସୋଏବ୍ଙ୍କୁ ନିଜ ସୁଟିଂରୁ ୨ ଦିନ ଛୁଟି ମିଳିଥିବା ଅବସରରେ ସେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ବୁଲେଇବାକୁ ଲୋନାବଲା ନେଇଯାଇଛନ୍ତି। ଲୋନାବଲାର ସୁନ୍ଦର ବାତାବରଣରରେ ଉଭୟ ପତି-ପତ୍ନୀ ସେମାନଙ୍କ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଉଛନ୍ତି। ସେମାନେ ନିଜର ଏହି ଛୁଟି କାଟିବାର ଝଲକ୍ ତାଙ୍କର ପ୍ରଶଂସକମାନଙ୍କ ସହ ସେୟାର୍ କରିଛନ୍ତି।
ଦୀପିକା ଏକ ସାଲ୍ୱାର ସହ ଲାଇଟ୍ ମେକ୍ଅପ୍ ନେଇ ନିଜ କେଶ ଖୋଲା ରଖିଛନ୍ତି। ପ୍ରଶଂସକମାନେ ଦମ୍ପତିଙ୍କୁ ଶୁଭେଚ୍ଛା ଦେବା ସହ ଆସିବାକୁ ଥିବା ସେମାନଙ୍କ ଶିଶୁକୁ ଭଲପାଇବା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ରବିବାର ରାତିରେ ଦୀପିକାଙ୍କୁ ସ୍ବାମୀ ସୋଏବ ଓ ଶାଶୂଙ୍କ ସହ ଦେଖିବାକୁ ମିଳିଥିଲା। ଏହି ୩ ଜଣ ବଜାରକୁ କିଛି ସାମଗ୍ରୀ କିଣିବାକୁ ଯାଇଥିବା ବେଳେ ସେମାନଙ୍କୁ ଏକାସାଥିରେ ଦେଖିବାକୁ ମିଳିଥିଲା।