ରିଲିଜ ହେଲା ୟାରମର ଟ୍ରେଲର

ଆଗାମୀ ବଲିଉଡ୍ ଫିଲ୍ମ ‘ୟାରମ୍’ର ପ୍ରଥମ ଟ୍ରେଲର୍ ରିଲିଜ୍ ହୋଇଛି । ତିନି ଜଣ ସାଙ୍ଗଙ୍କୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଛି । ସିନେମାରେ ତିନି ଜଣ ସାଙ୍ଗ ଭାବେ ପ୍ରତୀକ ବବର୍, ସିଦ୍ଧାର୍ଥ କପୁର୍ ଏବଂ ଇଶିତା ରାଜଙ୍କୁ ଦେଖିବାକୁ ମିଳିଛି । ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି । ଗୋଟିଏ ଝିଅକୁ କିପରି ୨ଜଣ ସାଙ୍ଗ ଭଲ ପାଆନ୍ତି ତାହା ଦେଖିବାକୁ ମିଳିବ ଏହି ସିନେମାରେ ।

ବିଶେଷ କରି ପ୍ରେମକୁ ନେଇ ବନ୍ଧୁତା କିଭଳି ଭାଙ୍ଗିଯାଉଛି ଓ ପୁଣି ବନ୍ଧୁତା ଯୋଡି ହୋଇଯାଉଛି ତାହା ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ |


ଫିଲ୍ମର ପ୍ରାୟ ଦୃଶ୍ୟ ମରିସସରେ ସୁଟିଂ ହୋଇଥିବାବେଳେ ଫିଲ୍ମ ‘ଛିଛୋରେ’ ର ସଫଳତା ପରେ ପ୍ରତୀକ ବବରଙ୍କ ଫ୍ୟାନ୍ସ ଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଉତ୍କଣ୍ଠା ବଢିଯାଇଛି | ‘ୟାରମ୍’ର ପ୍ରଯୋଜନା ବିଜୟ ମୁଲଚନ୍ଦାନୀ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓଭାଇସ୍ ଖାନ୍ । ୧୮ ଅକ୍ଟୋବରରେ ଏହି ଫିଲ୍ମ ପରଦାକୁ ଆସିବ ।

ସମ୍ବନ୍ଧିତ ଖବର