ନିଜ ଇଚ୍ଛା ବିରୋଧରେ ଫିଲ୍ମ ‘କାବିଲ’ କରିଥିଲେ ୟାମୀ, ଏଭଳି ଫିଲ୍ମ କରି ମୋତେ କୁଙ୍ଗଫୁ ଶିଖିବାର ଥିଲା ବୋଲି କହିଲେ

ମୁମ୍ବାଇ: ନିଜ ଇଚ୍ଛା ବିରୋଧରେ ଫିଲ୍ମ କାବିଲ କରିଥିଲେ ବଲିଉଡ଼ ଅଭିନେତ୍ରୀ ୟାମୀ ଗୌତମ। ଫିଲ୍ମଟି ୨୦୧୭ରେ ରିଲିଜ୍ ହୋଇଥିବା ବେଳେ ଏବେ ଏଭଳି ବୟାନ ଦେଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତେବେ କେବଳ କାବିଲ ନୁହେଁ ଏଭଳି ଅନେକ ଫିଲ୍ମ ରହିଛି ଯାହାକୁ ସେ ନିଜ ଇଚ୍ଛା ବିରୋଧରେ କରିଥିବା କହିଛନ୍ତି। ଏବେ ସେବିଷୟରେ କହି ସେ ପଶ୍ଚାତାପ କରିବା ସହ ଇଚ୍ଛା ବିରୋଧରେ ଫିଲ୍ମ ନକରି କୁଙ୍ଗଫୁ ଶିଖିଥିଲେ ଭଲ ହୋଇଥାଆନ୍ତି ବୋଲି କହିଛନ୍ତି।

ବଲିଉଡ ହଙ୍ଗାମାକୁ ସାକ୍ଷାତକାର ଦେଇ ୟାମୀ କହିଛନ୍ତି ଯେ, ବେଳେବେଳେ ଏଭଳି ସମୟ ଆସେ ଯେତେବେଳେ ଆପଣ ଟ୍ରେଣ୍ଡ ଫଲୋ କରିବା ପାଇଁ ବାଧ୍ୟ ହୁଅନ୍ତି। ମୋ ସହ ମଧ୍ୟ ଏଭଳି ଘଟିଛି। ଏଭଳି ଅନେକ ଫିଲ୍ମ ମୁଁ ମୋ ଇଚ୍ଛା ବିରୋଧ କରିଛି, କାରଣ ସେଭଳି କରିବା ପାଇଁ ମୋତେ କୁହାଯାଇଥିଲା। ଫିଲ୍ମର ବିଷୟବସ୍ତୁ ନବୁଝି ମଧ୍ୟ ମୁଁ ଅନେକ ଫିଲ୍ମ କରିଛି। ଆଜି ମୁଁ ଏସବୁ ବିଷୟରେ କହିପାରୁଛି, କିନ୍ତୁ ସେତେବେଳେ ଏହା ସମ୍ଭବ ନଥିଲା। ବିକି ଡୋନର ଏକ ଭଲ ଫିଲ୍ମ ଥିଲା। ହେଲେ ଏହି ଫିଲ୍ମ ରିଲିଜ୍ ପରେ ମୁଁ ମୋ ପସନ୍ଦର ଫିଲ୍ମ କରିପାରିଲି ନାହିଁ। ମୋତେ କୁହାଗଲା କି, ବ୍ୟବସାୟିକ ଫିଲ୍ମ ଓ ଅଧିକ ଗୀତ ଥିବା ଫିଲ୍ମ କରିବା ଉଚିତ୍।  ବଡ଼ ବଡ଼ ଷ୍ଟାରଙ୍କ ସହ ଫିଲ୍ମ କରିବା ଉଚିତ୍। ସେଥିପାଇଁ ମୁଁ କାବିଲ ଫିଲ୍ମ କରିଥିଲି। ହେଲେ ସେଥିରେ ଦର୍ଶକ ମୋତେ ନୋଟିସ କରିପାରିନଥିଲେ। କାରଣ ମୋ ଚରିତ୍ରର ସେତେଟା ପ୍ରାଧାନ୍ୟ ନଥିଲା। ଏବେ ସେସବୁ ଭାବିଲେ ଲାଗୁଛି କି, ଇଚ୍ଛା ବିରୋଧରେ ଫିଲ୍ମ ନକରି ମୋତେ କୁଙ୍ଗଫୁ ଶିଖିବାର ଥିଲା।

ସମ୍ବନ୍ଧିତ ଖବର