ଏହି ଉପାୟ ଆପଣାଇ ନିଜକୁ କାଷ୍ଟିଙ୍ଗ କାଉଚ୍‌ର ଶିକାର ହେବାରୁ ବଞ୍ଚାଇଥିଲେ ଅଭିନେତ୍ରୀ ୟାମି, ଏଭଳି କରିବାକୁ ଦେଲେ ପରାମର୍ଶ

ମୁମ୍ବାଇ : ଫିଲ୍ମ ‘ବିକି ଡ଼ୋନର’ରୁ ବଲିଉଡ୍‌ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ୟାମି ଗୌତମ । ପ୍ରଥମ ଫିଲ୍ମରୁ ହିଁ ସେ ଲୋକପ୍ରିୟତା ହାସଲ କରିବା ସହ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଥିଲେ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲୁଥିବା କାଷ୍ଟିଙ୍ଗ କାଉଚ୍‌ ଉପରେ ଅନେକ ଅଭିନେତ୍ରୀ ନିଜର ଅଭିଜ୍ଞତା ସେୟାର କରି ସାରିଥିବା ବେଳେ ଏବେ ଏଥିରୁ ବଞ୍ଚିବାର ଉପାୟ କହିଛନ୍ତି ଅଭିନେତ୍ରୀ ୟାମି ଗୌତମ ।

ପ୍ରଥମେ ସେ ନିଜେ କିପରି କାଷ୍ଟିଙ୍ଗ କାଉଚ୍‌ର ଶିକାର ହେବାରୁ ନିଜକୁ ବଞ୍ଚାଇ ଥିଲେ ତାହା କହିବା ସହ ସମସ୍ତଙ୍କୁ ଏପରି କରିବା ପାଇଁ ଉପଦେଶ ଦେଇଛନ୍ତି । ସୂଚନା ମୁତାବକ, ଇଣ୍ଡିଆ ଟୁଡ଼େ ଉମେନ ସମିଟ୍‌ ଆଣ୍ଡ ଆଓ୍ଵାର୍ଡ଼ସରେ ଯୋଗ ଦେଇ ସେ କାଷ୍ଟିଙ୍ଗ କାଉଚ୍‌କୁ ନେଇ ନିଜର ମତ ରଖିଥିଲେ । କାଷ୍ଟିଙ୍ଗ୍‌ କାଉଚ୍‌ ସଂପର୍କିତ ପ୍ରଶ୍ନ ତାଙ୍କୁ ପଚରାଯିବା ପରେ ଆରମ୍ଭରୁ ସେ ନିଜକୁ କିପରି ଏଥିରୁ ଦୂରରେ ରଖି ଆସିଛନ୍ତି ତାହା ଜଣାଇଥିଲେ ।

News Bugz

ୟାମି କହିଥିଲେ, ‘ସୁଟିଂ ସମୟରେ ଅନ୍ୟମାନଙ୍କଠାରୁ ନିଜକୁ ଦୂରରେ ରଖି କାମ କଲେ ଏଭଳି ପରିସ୍ଥିତି ଉପୁଜିବ ନାହିଁ । ଅନ୍ୟକୁ ଭଲ ଭାବରେ ନ ଜାଣି କଥା ହେବା ଭୁଲ । ଯେତେବେଳେ ମୁଁ ପ୍ରଥମେ ଆସିଥିଲି ସେତେବେଳେ ବିଶେଷ କାହାକୁ ଜାଣି ନଥିବାରୁ ନିଜ ସହ ବହି ନେଇ ସେଟ୍‌କୁ ଯାଉଥିଲି । ସୁଟିଂରୁ ବିରତି ମିଳିଲେ ମୁଁ ବହି ପଢ଼ିବା ଆରମ୍ଭ କରି ଦେଉଥିଲି । ମୁଁ ସମସ୍ତଙ୍କୁ କହିଥାଏ କି ଯଦି ଆପଣ କାହାକୁ ଭଲ ଭାବରେ ଜାଣି ନାହାନ୍ତି ତେବେ ସେମାନଙ୍କ ସହ କଥା ହେବା ପରିବର୍ତ୍ତେ ନିଜ କାମରେ ଧ୍ୟାନ ଦିଅନ୍ତୁ । ଏ ଲାଇନ୍‌ରେ ସାବଧାନ୍‌ ରହିବା ନିହାତି ଆବଶ୍ୟକ।’

ସମ୍ବନ୍ଧିତ ଖବର