ମୁମ୍ବାଇ: ସାଧାରଣତଃ ଅଭିନେତ୍ରୀମାନଙ୍କ ବିଷୟରେ ଲୋକଙ୍କ ମଧ୍ୟରେ ଏକ ଧାରଣା ଅଛି ଯେ ସେମାନଙ୍କ ଚର୍ମଠାରୁ ଆରମ୍ଭ କରି ଚେହେରା ପର୍ଯ୍ୟନ୍ତ ସବୁକିଛି ପରଫେକ୍ଟ ହୋଇଥାଏ ଏବଂ ସେମାନେ ଅନ୍ୟମାନଙ୍କ ପରି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ | ତେବେ ଆଜିକାଲି ଅନେକ ଅଭିନେତ୍ରୀ ଲୋକମାନଙ୍କ ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ଖୋଲାଖୋଲି ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରୁଛନ୍ତି | ବଲିଉଡ ଅଭିନେତ୍ରୀ ୟାମି ଗୌତମ ନିକଟରେ ତାଙ୍କ କିଛି ଫଟୋ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଦୀର୍ଘ ବର୍ଷ ଧରି ଏକ ଚର୍ମ ରୋଗ ଅଛି, ଯାହାର କିଛି ଚିକିତ୍ସା ନାହିଁ ।
ୟାମି କହିଛନ୍ତି ଯେ ସେ ନିଷ୍ପତ୍ତି ନେଇଛନ୍ତି ଯେ ରୋଗ ବାବଦରେ ଆଉ ଲୁଚାଇବେ ନାହିଁ ଏବଂ ନିଜେ ଏହାକୁ ଗ୍ରହଣ କରିବେ। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ 'ମୁଁ ନିକଟରେ କିଛି ଫଟୋ ଉଠିଥିଲି ଏବଂ ଯେତେବେଳେ ଏଡିଟିଂ କରିବାକୁ ଫଟୋଗ୍ରାଫର କହିଥିଲେ, ମୁଁ ମୋର ଏହି ଚର୍ମ ରୋଗ ବାବଦରେ ସମସ୍ତଙ୍କୁ ଜଣାଇବାକୁ ଉଚିତ ମନେ କରୁଛି | ମୁଁ କେରାଟୋସିସ୍- ପିଲାରିସ୍ ନାମକ ଚର୍ମରୋଗରେ ପୀଡିତ ହୋଇଥିବାବେଳେ ଏହା ଦ୍ୱାରା ତ୍ୱଚାରେ ଛୋଟ ଛୋଟ ପିମ୍ପଲ୍ ସୃଷ୍ଟି ହୋଇଥାଏ | ମୋର କିଶୋର ଅବସ୍ଥାରେ ଏହା ମୋ ଚର୍ମରେ ହୋଇଥିଲା ଏବଂ ଏହାର କୌଣସି ଚିକିତ୍ସା ନାହିଁ'। ୟାମି ଆହୁରି କହିଛନ୍ତି, 'ମୁଁ ଏହାକୁ ବହୁ ବର୍ଷ ଧରି ସହ୍ୟ କରିଥିଲି ଏବଂ ଶେଷରେ ଆଜି ମୁଁ ମୋର ଭୟକୁ ଛାଡିବାକୁ ସ୍ଥିର କଲି।
Hello friends,
I recently shot for some images and just when they were about to go in for post-production (a common procedure) to conceal my skin-condition called Keratosis- Pilaris, I thought, ‘Hey Yami, why don’t you embrace this fact and accept it enough to be OKAY with it. pic.twitter.com/N51MoG0LLr
— Yami Gautam Dhar (@yamigautam) October 4, 2021
ମୁଁ ଆପଣମାନଙ୍କ ସହିତ ମୋର କିଛି ସତ ବାଣ୍ଟିବାକୁ ସାହସ କଲି। କାମ ବାବଦରେ କହିବାକୁ ଗଲେ ନିକଟରେ ୟାମି ଗୌତମଙ୍କୁ 'ଭୁତ ପୁଲିସ' ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏଥିରେ ଅର୍ଜୁନ କପୁର, ସୈଫ ଅଲି ଖାନ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିକଟରେ ସେ 'ଲଷ୍ଟ' ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହା ବ୍ୟତୀତ ତାଙ୍କର 'ଦଶବି' ଏବଂ 'ଏ ଥରସ ଡେ' ଭଳି ଫିଲ୍ମ ସୁଟିଂ ହେବାର ଅଛି |