ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି। ଆଦିତ୍ୟ ଧର ଏବଂ ୟାମି ଗୌତମ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ଏକାଠି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଦମ୍ପତ୍ତିଙ୍କର ବିବାହ ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ଏବଂ ଏହା ଭାଇରାଲ ହେବାରେ ଲାଗିଛି।
ପରିବାର ସଦସ୍ୟଙ୍କ ଉପସ୍ଥିତିରେ ୟାମି 'ଉରି' ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି । ୟାମି ନିଜର ଏବଂ ଆଦିତ୍ୟଙ୍କ ଏକ ସୁନ୍ଦର ଫଟୋ ସେୟାର କରିବା ସହିତ ଏକ ସୁନ୍ଦର କ୍ୟାପସନ୍ ଲେଖିଛନ୍ତି |
With the blessings of our family, we have tied the knot in an intimate wedding ceremony today.
As we embark on the journey of love and friendship, we seek all your blessings and good wishes.Love,
Yami and Aditya pic.twitter.com/W8TOpAJxja— Yami Gautam (@yamigautam) June 4, 2021
ୟାମି ଲେଖିଛନ୍ତି ଯେ 'ତୁମର ଆଲୋକ ସହିତ ମୁଁ ପ୍ରେମ କରିବାକୁ ଶିଖିଲି | ଏହା ପରେ ୟାମି ଲେଖିଛନ୍ତି - ଆମ ପରିବାରର ଆଶୀର୍ବାଦ ସହିତ, ଆମେ ଆଜି କିଛି ବଛା ବଛା ଲୋକଙ୍କ ଗହଣରେ ବିବାହ କଲୁ | ୟାମି ଆହୁରି ଲେଖିଛନ୍ତି,'ଆଜି ଆମେ ବନ୍ଧୁତା ଏବଂ ପ୍ରେମର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛୁ, ତେଣୁ ଆପଣଙ୍କର ଶୁଭେଚ୍ଛା ଆବଶ୍ୟକ' |