ପୋଲ୍‌ ଡ୍ୟାନ୍‌ସ୍‌ କରୁଛନ୍ତି ୟାମୀ ଗୌତମ୍‌ , ଜାଣନ୍ତୁ କାରଣ

ମୁମ୍ବାଇ:ବଲିଉଡର ଲୋକପ୍ରିୟ ନାୟିକା ୟାମୀ ଗୌତମ୍‌ ଆଜିକାଲି ପୋଲ୍‌ ଡ୍ୟାନସ୍‌ କରୁଛନ୍ତି। ସେ କ’ଣ କୌଣସି ସିନେମାଲାଗି ଏହା କରୁଛନ୍ତି ବୋଲି ମନରେ ପ୍ରଶ୍ନ ଉଙ୍କି ମାରୁଥିବ। ହେଲେ ପ୍ରକୃତ କଥା ତାହା ନୁହେଁ। ୟାମୀ କେବଳ ପୋଲ୍‌ ଡ୍ୟାନସ୍‌ ଶିଖୁଛନ୍ତି। ସେ ଆରିଫା ଭିଣ୍ଡରଓ୍ଵାଲାଙ୍କଠାରୁ ଏହା ଶିକ୍ଷା କରୁଛନ୍ତି। ସେ କହିଛନ୍ତି ଯେପୋଲ୍‌ ଡ୍ୟାନସ୍‌ କରିବା ଆଗରୁ ନିଜ ଦେହରେ ଭଲଭାବେ ତେଲ ଲଗାଇବା ଉଚିତ। ସେ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ‘ଏ ଜେଣ୍ଟଲମ୍ୟାନ୍‌’ ଫିଲ୍ମରେ ଯେଉଁ ପୋଲ୍‌ ଡ୍ୟାନସ୍‌ କରିଥିଲେ ତାହା ତାଙ୍କୁ ଖୁବ୍‌ ଭଲ ଲାଗିଲା ଯେଉଁଥିପାଇଁ ସେ ଶିଖୁଛନ୍ତି ବୋଲି କହିଛନ୍ତି ୟାମୀ ଗୌତମ୍‌ ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଶାହିଦ୍‌ କପୁରଙ୍କ ସହ ୟାମୀ ଗୌତମ୍‌ ଏକ ଫିଲ୍ମ କରୁଛନ୍ତି। ଏହି ସିନେମାର ଟାଇଟଲ ରଖାଯାଇଛି ‘ ବତ୍ତି ଗୁଲ ମିଟର୍‌ ଚାଲୁ ’ । ଏଥିରେ ୟାମୀ ଗୌତମ୍‌ ବି ନଜର ଆସିବେ ଶାହିଦ୍‌ କପୁରଙ୍କ ପତ୍ନୀ ଭୂମିକାରେ ।କୁହାଯାଉଥିଲା ଯେ ଟି ସିରିଜ୍‌ ଏହି ସିନେମାରେ
ୟାମୀ ଗୌତମ୍‌ଙ୍କୁ ନ ନେବାଲାଗି ଚାପ ପକାଇଥିଲେ। କାରଣ ଏହି ବ୍ୟାନରର ପୂର୍ବ ସିନେମା ‘ସନମରେ’ର ସୁଟିଂ ବେଳେ ଟି ସିରିଜ ପ୍ରଯୋଜିତ ଏହାର ନିର୍ଦ୍ଦେଶକ ଦିବ୍ୟା କୁମାରଙ୍କ ସହ ମତଭେଦ ଉପୁଜିଥିଲା ,ଯେଉଁଥିପାଇଁ ‘ସନମ ରେ’ ସୁପରହିଟ ହେବାପରେ ବି ୟାମୀଙ୍କୁ ଉକ୍ତ ସଂସ୍ଥା ଅନ୍ୟ କୌଣସି ସିନେମାରେ ନେଇ ନଥିଲେ। ଦିବ୍ୟା କୁମାର ‘ଅବ୍‌ ତୁହ୍ମାରେ ହଓ୍ଵାଲେ ବତନ୍‌ ସାଥୀଓଁ ’ରେ ନାୟିକା ବନିଥିଲେ।

photo-the deccan chronicle

ଏକଥାକୁ ନିଜେ ପ୍ରଯୋଜିକା ପ୍ରେରଣା ଅରୋଡା ବି ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ‘ବତ୍ତି ଗୁଲ୍‌ ମିଟର ଚାଲୁ’ ସିନେମାରେ ନାୟିକା ଭୂମିକାଲାଗି ୟାମୀ ଗୌତମ୍‌ଙ୍କୁ ନିଆ ଯାଇଛି। ଯାହା ସମସ୍ୟା ଥିଲା ତାର ସମାଧାନ ହୋଇଯାଇଛି। ଏବେ ୟାମୀ ‘ବତ୍ତି ଗୁଲ୍‌ ମିଟର ଚାଲୁ’ର ସୁଟିଂରେ ବି ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର