ୟାମି ହେବେ ସାମ୍ବାଦିକା

କୋଭିଡ୍‌ର ଦ୍ବିତୀୟ ଲହର ଯୋଗୁଁ ସୁଟିଂ ସ୍ଥଗିତ ରହିଥିଲା। ଲହର ଥମି ଆସିଥିବାରୁ ସରକାର ମଧ୍ୟ କଟକଣାରେ କୋହଳ କରିଛନ୍ତି। ତେଣୁ ଖୁବଶୀଘ୍ର ନିର୍ଦ୍ଦେଶକ ଆଦିତ୍ୟ ଧର କୋଲକାତା ଓ ପୁରୁଲିଆ ଅଞ୍ଚଳରେ ତାଙ୍କ ନୂଆ ସିନେମାର ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବାସ୍ତବ ଜୀବନରେ ଆଦିତ୍ୟ (ନିର୍ଦ୍ଦେଶକ: ଦ ସର୍ଜିକାଲ୍ ଷ୍ଟ୍ରାଇକ୍)ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଲାଗୁଛି ସ‌ତେ ‌ଯେମିତି ଅଭିନେତ୍ରୀ ୟାମିଙ୍କ ନଖରାମୀ କମିଯାଇଛି। ଅନିରୁଦ୍ଧ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ନୂଆ ସିନେମା (ଅନ୍‌ଟାଇଟଲ୍‌ଡ)ରେ ୟାମି ସାଜିବେ ସାମ୍ବାଦିକା।

ବେଳେବେଳେ ସାମ୍ବାଦିକମାନେ କେମିତି ଉପଯୁକ୍ତ ତଥ୍ୟ ନ ଦେଇ ବିଭିନ୍ନ ଅପରାଧମୂଳକ ପ୍ରକାଶ କରିଦିଅନ୍ତି, ସେଇକଥା ଉପରେ କାହାଣୀ ଆଧାରିତ। ୟାମି ସତ୍ୟ ଘଟଣାର ଉନ୍ମୋଚନ କରିବେ। ନିର୍ଦ୍ଦେଶକ ଅନିରୁଦ୍ଧଙ୍କ ସହ ଅଭିନେତ୍ରୀ ୟାମି ଗୌତମ ଏ ସମ୍ପର୍କରେ ଆଲୋଚନା କରିବା ପରେ ସାମ୍ବାଦିକା ଭୂମିକାରେ ଅବତୀର୍ଣ୍ଣ ହେବାକୁ ରାଜି ହେଇଛନ୍ତି। କନ୍ନଡ଼ରେ ‘ଉଲ୍ଲାସ ଉତ୍ସାହ’, ପଞ୍ଜାବୀରେ ‘ଏକ୍ ନୁର୍’, ତେଲୁଗୁରେ ‘ନୁଭିଲ୍ଲା’, ମାଲୟାଲମରେ ‘ହିରୋ’, ତାମିଲରେ ‘ଗୌରବମ୍’ ଆଦି ସିନେମାର ନାୟିକା ସାଜିଥିବା ୟାମି ହିନ୍ଦୀ ଚଳଚ୍ଚିତ୍ର ଭିକ୍କି ଡୋନର, ଟୋଟାଲ୍ ସିୟାପା, ଆକ୍ସନ୍ ଜାକ୍ସନ୍, ବଦଲାପୁର, ସନମ୍ ରେ, ଜୁନୁନିୟତ୍, କାବିଲ୍, ସର୍କାର-୩, ବତୀ ଗୁଲ ମିଟର ଚାଲୁ, ବାଲା, ଗିନ୍ନ ୱେଡ୍‌ସ ସନ୍ନିରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର