ଜାତୀୟ ସଙ୍ଗୀତ ଠିକ୍‌ ଭାବରେ ନ ଗାଇ ପାରିବାରୁ ଜେଲ୍‌ ଗଲେ ଏହି ସେଲିବ୍ରିଟି

ନୂଆଦିଲ୍ଲୀ : ଜାତୀୟ ସଙ୍ଗୀତକୁ ଠିକ୍‌ ଭାବରେ ଗାଇ ନ ପାରିବାରୁ ଚୀନ୍‌ର ଜଣେ ସୋସିଆଲ ମିଡ଼ିଆ ଷ୍ଟାରଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିବା ଜଣା ପଡ଼ିଛି । ଏହି ମାମଲାରେ ୨୦ବର୍ଷୀୟ ୟାଙ୍ଗ କେଲିଙ୍କୁ ଗିରଫ କରାଯାଇଥିବା ବେଳେ ୫ଦିନର ଜେଲ ଦଣ୍ଡ ଦିଆଯାଇଛି ।

Hong Kong Free Press

ସୂଚନା ମୁତାବକ, ଅକ୍ଟେବର ୭ରେ କେଲି ଏକ ଲାଇଭ୍‌ ଭିଡିିଓ କରି ଚୀନ୍‌ର ଜାତୀୟ ସଙ୍ଗୀତ ‘ମାର୍ଚ୍ଚ ଅଫ୍‌ ଦ ଓ୍ଵାଲାଣ୍ଟିୟର୍ସ’କୁ ଗାଇଥିଲେ । ଯେଉଁ ସମୟରେ ସେ ନିଜ ହାତକୁ ବସ୍‌ର କଣ୍ଡକ୍ଟର ଭଳି ହଲାଇବାକୁ ଲାଗିଥିଲେ । କେଲିଙ୍କ ଫଲୋୟର୍ସ ସଂଖ୍ୟା ୪.୫କୋଟି ହୋଇଥିବାରୁ ସଙ୍ଗେ ସଙ୍ଗେ ତାଙ୍କ ଭିଡ଼ିଓ ଭାଇରାଲ ହୋଇଥିଲା । ଏହା ପରେ ଚୀନ୍‌ବାସୀ ଏହାକୁ ବିରୋଧ କରିଥିଲେ । ଜାତୀୟ ସଙ୍ଗୀତ ଗାଉଥିବା ବେଳେ ଏପରି ହାତ ହଲାଇବା ଜାତୀୟ ସଙ୍ଗୀତ ପ୍ରତି ଅପମାନ ବୋଲି ଲୋକେ କହିବା ଆରମ୍ଭ କରି ପରେ ଦଣ୍ଡ ସ୍ୱରୂପ କେଲିଙ୍କୁ ୫ଦିନ ଜେଲ ଦଣ୍ଡ ଦିଆଯାଇଛି ।

ସମ୍ବନ୍ଧିତ ଖବର