ଆରମ୍ଭରୁ ଶାହାରୁଖ୍‌ ଖାନ୍‌ଙ୍କୁ ପସନ୍ଦ କରୁ ନଥିଲେ ୟଶ ଚୋପ୍ରା, ଏହି ଫିଲ୍ମ ଦେଖି ଶାହାରୁଖ୍‌ଙ୍କୁ ବନାଇଲେ ରୋମାନ୍ସର କିଙ୍ଗ

ମୁମ୍ବାଇ: ଶାହାରୁଖ୍‌ଙ୍କୁ ରୋମାନ୍ସର କିଙ୍ଗ କରିଥିଲେ ନିର୍ଦ୍ଦେଶକ ୟଶ ଚୋପ୍ରା । ତାଙ୍କର ଅନେକ ଫିଲ୍ମ ଦର୍ଶକଙ୍କ ମନରେ ଏବେ ମଧ୍ୟ ଘର କରି ରହିଥିବା ବେଳେ ଶାହାରୁଖ୍‌ଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା । ସେ ବଲିଉଡ୍‌କୁ ‘ଇତ୍ତେଫାକ୍‌’, ‘ଦାଗ’, ‘ଲମ୍‌ହେ’, ‘ଚାନ୍ଦନି’, ‘ଦିଲ୍‌ ତୋ ପାଗଲ ହୈ’ ଏବଂ ‘ବୀରଜାରା’ ଭଳି ଫିଲ୍ମ ଦେଇ ଇତିହାସ ରଚିଥିବା ବେଳେ ତାଙ୍କର ଏ ସବୁ ଫିଲ୍ମ ଭଲ ପାଇବାକୁ ଏକ ନୂଆ ଅର୍ଥ ଦେଇଥିଲା ।

aajtak.intoday.in

ଶାହାରୁଖ୍‌ଙ୍କୁ ସେ ନିଜର ଅନେକ ଫିଲ୍ମରେ କାଷ୍ଟ କରିଥିବା ବେଳେ ଦିନ ଥିଲା ସେ ଏବଂ ତାଙ୍କ ପୁଅ ଆଦିତ୍ୟ ଚୋପ୍ରା ଶାହାରୁଖ୍‌ଙ୍କୁ ପସନ୍ଦ କରୁ ନଥିଲେ । କିନ୍ତୁ ତାଙ୍କୁ ବାଧ୍ୟ ହୋଇ ଫିଲ୍ମ ‘ଡ଼ର୍‌’ରେ ଶାହାରୁଖ୍‌ଙ୍କୁ ନେବାକୁ ପଡ଼ିଥିଲା । ସେ ସମୟରେ ଅନ୍ୟ ସବୁ କଳାକାର ବ୍ୟସ୍ତ ଥିବାରୁ କେହି ନେଗେଟିଭ୍‌ ରୋଲ କରିବା ପାଇଁ ରାଜି ହୋଇ ନଥିଲେ । ଯାହା ପରେ ଅନ୍ୟ କିଛି ବାଟ ନ ପାଇ ୟଶ ଚୋପ୍ରା ଶାହାରୁଖ୍‌ଙ୍କୁ ନେଇଥିଲେ । କିନ୍ତୁ ଏହି ଫିଲ୍ମ ପରେ ଶାହାରୁଖ୍‌ଙ୍କ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ବଦଳିଥିଲା । ତାଙ୍କ ଅଭିନୟକୁ ପସନ୍ଦ କରିବା ସହ ଏହି ଫିଲ୍ମ ପରେ ୟଶ ଚୋପ୍ରା ଶାହାରୁଖ୍‌ଙ୍କ ସହ ‘ଦିଲ୍‌ ତୋ ପାଗଲ ହୈ’, ‘ରବ୍‌ ନେ ବନାଦି ଯୋଡ଼ି’, ‘ଜବ୍‌ ତକ୍‌ ହେ ଜାନ୍‌’, ‘ଦିଲ୍‌ଓ୍ଵାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’ ଭଳି ଫିଲ୍ମ କରିଥିଲେ ।

ସମ୍ବନ୍ଧିତ ଖବର