ନୂଆଦିଲ୍ଲୀ: ଆଫଗାନିସ୍ତାନର ବହୁ ଜଣାଶୁଣା ପର୍ଣ୍ଣଷ୍ଟାର୍ ୟସ୍ମିନା ଅଲ୍ଲୀ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଯୋଗ ଦେବା ହେତୁ ତାଙ୍କୁ ତାଙ୍କର ଧର୍ମ ଇସ୍ଲାମ୍ ଛାଡ଼ିବାକୁ ପଡ଼ିଥିଲା ବୋଲି ସେ ନିକଟରେ ଖୁଲାସା କରିଛନ୍ତି। ନିଜ ବୃତ୍ତିରେ ସେ ବେଶ୍ ଖୁସି ଅଛନ୍ତି ଓ ବୃତ୍ତି ପାଇଁ ତାଙ୍କୁ ଧର୍ମ ଛାଡ଼ିବାକୁ ପଡ଼ିଛି ବୋଲି ସେ ସାମାନ୍ୟତମ ଅନୁତପ୍ତ ନୁହଁନ୍ତି ବୋଲି କହିଛନ୍ତି। ନିକଟରେ ଏକ ସାକ୍ଷାତ୍କାରରେ ୟସ୍ମିନା ଏହି ଖୁଲାସା କରିଛନ୍ତି।
ସେ କହିଛନ୍ତି କି, ‘ଇସ୍ଲାମକୁ ମାନିଥିଲେ ମୋତେ ମୋ ପସନ୍ଦର କାମ କରିବାର ସ୍ୱାଧୀନତା ମିଳିନଥାନ୍ତା। ସେଥିପାଇଁ ମୁଁ ମୋ ଧର୍ମ ଛାଡ଼ିଦେଲି। ଫଳରେ ମୋତେ ମୋ ପସନ୍ଦର କାମ କରିବାକୁ ସୁଯୋଗ ମିଳିଛି।’
ୟାସ୍ମିନା ବର୍ତ୍ତମାନ ପର୍ଣ୍ଣ ଦୁନିଆର ଏକ ଜଣାଶୁଣା ନାମ। ସେ କହିଛନ୍ତି କି କିଛି ଲୋକଙ୍କୁ ହୁଏତ ତାଙ୍କ ରାସ୍ତା ପସନ୍ଦ ନୁହେଁ ମାତ୍ର ସେ ତାଙ୍କ କାମରେ ବେଶ୍ ଖୁସି ଅଛନ୍ତି।
ସେ ନିଜ ଦେଶ ସଂପର୍କରେ ମତ ରଖନ୍ତି ଯେ ସେଠାରେ ମହିଳାଙ୍କୁ ନିଜର ମନ ପସନ୍ଦର କାମ କରିବା ତ ଦୂରର କଥା ଘରୁ ବାହାରିବାର ବି ଅନୁମତି ନଥାଏ। ନଅ ବର୍ଷ ବୟସରୁ ୟସ୍ମିନା ଆଫଗାନିସ୍ତାନ ଛାଡ଼ି ବ୍ରଟିଶ ପଳାଇ ଆସିଛନ୍ତି।