ଲଲ୍‌ଡାଉନ୍‌ ପରର ପ୍ରଥମ ଏପିସୋଡ୍‌ରେ ‘ୟେ ରିସ୍ତା କ୍ୟା କେହେଲାତା ହୈ‘ ତାରକା ଏପରି ଅବତାରରେ ନଜର ଆସିଲେ

ମୁମ୍ବାଇ: କରୋନା ଭାଇରସ୍‌ ବାହାରିବା ଦିନଠାରୁ ଫେସ୍‌ମାସ୍କ, ସାନିଟାଇଜର୍‌, ହ୍ୟ‌ାଣ୍ଡ୍‌ଗ୍ଲୋବ୍ସ ଆଦିର ଚାହିଦା ଢେର୍‌ ବଢ଼ି ବଢ଼ି ଚାଲିଛି। ଏସବୁ ଆବଶ୍ୟକୀୟ ସାମଗ୍ରୀକୁୁ ବ୍ୟବହାର କରିବା ପାଇଁ ସରାକାର କଡ଼ା ନିର୍ଦ୍ଦେଶ ଦେଉଥିବା ବେଳେ ଚର୍ଚ୍ଚାରେ ରହିଛି ‌‌ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ‘। ଏଥିରେ ସମସ୍ତ କ୍ରିୟୁ ସଦସ୍ୟ କୋଭିଡ୍‌-୧୯ ନିୟମକୁ ମାନୁଥିବାର ଦେଖିବାକୁ ମିଳିଛନ୍ତି।

ସିିରିୟଲ୍‌ରେ ତାରକା ମାନେ ଫେସ୍‌ମାସ୍କ ଓ ଅନ୍ୟାନ୍ୟ କୋଭିଡ୍‌-୧୯ ପାଇଁ ଆବଶ୍ୟକୀୟ ସାମଗ୍ରୀ ବ୍ୟବହାର କରୁଥିବାର ନଜର ଆସିଛନ୍ତି। ସିରିୟଲ୍‌ର କିଛି ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଲକ୍‌ଡାଉନ୍‌ ପରର ପ୍ରଥମ ଏପିସୋଡ୍‌ରେ ଦର୍ଶକମାନେ ସେମାନଙ୍କ ସିଲିୟଲ୍‌ର ତାରକାମାନଙ୍କୁ ଏପରି ଭାବେ ଦେଖି ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ୍‌ କରିବାରେ ଲାଗିଛନ୍ତି। ପ୍ରଥମ ଏପିସୋଡ୍‌ର ଭିଡିଓ କ୍ଲିପ୍‌ଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ଏହାର ମିଲିୟନ୍‌ରୁ ଊର୍ଧ୍ବ ଭିୟୁ ହୋଇ ସାରିଲାଣି। ଏହି ଦୃଶ୍ୟକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ମଜାଦାର କମେଣ୍ଟ ସବୁ ଦେବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର