ପତ୍ନୀ ଆଣିଥିବା ଘରୋଇ ହଂସା ମାମଲାକୁ ନେଇ ଏପରି ନୀରବତା ଭାଙ୍ଗିଲେ ହନି ସିଂହ

ମୁମ୍ବାଇ: ନିକଟ ଅତୀତରେ ଭାରତର ସୁପ୍ରସିଦ୍ଧ ରାପର୍‌ ହନି ସିଂହଙ୍କ ନାମରେ ତାଙ୍କ ପତ୍ନୀ ସାଲିନି ତଲୱାର୍‌ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ହନି ସିଂହଙ୍କ ପତ୍ନୀ ତାଙ୍କ ବିରୋଧରେ ଏକ ମାମଲା ଆଣି ଯୌନ ହିଂସା, ମାନସିକ ନିର୍ଯାତନା ଓ ଆର୍ଥିକ ଠକାମୀ ଆଦି ଅଭିଯୋଗ ଆଣିଥିବା ସୂଚନା ରହିଛି।

ଏବେ ସେହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ହନି ସିଂହ। ତାଙ୍କ ପତ୍ନୀ ଆଣିଥିବା ଅଭିଯୋଗ ମିଥ୍ୟା ଓ ସ୍ବକଳ୍ପିତ ବୋଲି ସେ ସଫେଇ ଦେଇଛନ୍ତି। ତାଙ୍କ ପତ୍ନୀ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ହନି ସିଂହ ନିଜର ବୟାନ ଦେଇ କହିଛନ୍ତି, ‘ନିକଟ ଅତୀତରେ ମୋର ଗୀତ, ସ୍ବାସ୍ଥ୍ୟ କିମ୍ବା ଅନ୍ୟ କୌଣସି ବିଷୟରେ ମୋତେ ନେଇ ହୋଇଥିବା ସମାଲୋଚନାରେ ମୁଁ କେବେ ଗଣମାଧ୍ୟମରେ ବୟାନ ଦେଇନି। ମାତ୍ର ଭାବୁଛି ଯେ ଏହି ଥର ଚୁପ୍‌ ରହିବା ସମ୍ଭବ ନୁହେଁ। କାହିଁକି ନା, ମୋ କଷ୍ଟ ସମୟରେ ମୋ ନିକଟରେ ଛିଡ଼ା ହୋଇଥିବା ମାଆବାପା ଓ ସାନ ଭଉଣୀଙ୍କ ବିରୋଧରେ ବି କିଛି ଅଭିଯୋଗ ଆସିଛି। ଯେଉଁ ଅଭିଯୋଗଗୁଡ଼ିକ ନିନ୍ଦନୀୟ ଏବଂ ଅପମାନଜନକ ମଧ୍ୟ।’

ସମ୍ବନ୍ଧିତ ଖବର