ସଲମାନ୍‌ଙ୍କ ଗୋଟିଏ ଚୁମ୍ବନ ବଦଳାଇ ଦେଲା ଏହି ମଡେଲ୍‌ଙ୍କ ଭାଗ୍ୟ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବଲିଉଡ ସିନେମାର ସୁପରଷ୍ଟାର ସଲମାନ ଖାନ୍‌ ବଲିଉଡ୍‌ରେ ଅନେକ ନୂଆ ଚେହେରାକୁ ବ୍ରେକ୍‌ ଦେଇଥାଆନ୍ତି। ସେଥିପାଇଁ ସଲମାନ୍‌ ଖାନ୍‌ଙ୍କୁ ଦବଙ୍ଗ ଷ୍ଟାର, ଗଡ଼ ଫାଦର୍‌ ଓ ଦିଲ୍‌ଦାର୍‌ ଭାଇଜାନ୍‌ ବୋଲି ବି କୁହାଯାଇଥାଏ। କିନ୍ତୁ ଏଥରର କଥା ଟିକେ ଅଲଗା। କାରଣ ସଲମାନ୍‌ କାହାକୁ ବ୍ରେକ୍‌ ତ ଦେଇ ନାହାନ୍ତି, କିନ୍ତୁ ଜଣେ ଯୁବତୀଙ୍କ ଭାଗ୍ୟ ଖୋଲି ଦେଇଛନ୍ତି।

ଆମେ ଯୋଗିତା ବିହାନିଙ୍କ କଥା କହୁଛୁ। ଯିଏକି ସଲମାନ୍‌ ଖାନ୍‌ଙ୍କ ସହିତ ‘ଦସ୍‌ କା ଦମ୍‌’ ପ୍ରୋମୋରେ ନଜର ଆସୁଛନ୍ତି। ଯୋଗିତାଙ୍କୁ ଏଯାବତ୍‌ ଖୁବ୍‌ ଅଳ୍ପ ଲୋକ ଚିହ୍ନ ଥିଲେ। କିନ୍ତୁ କାଲିଠାରୁ ସେ ଟିଭି ମିଡିଆରେ ଏକ ଚର୍ଚ୍ଚିତ ଚେହେରା ହୋଇଯାଇଛନ୍ତି। ସଲମାନ୍‌ ଖାନ୍‌ଙ୍କ ସହିତ ଜବରଦସ୍ତ ଅଭିନୟ କରୁଥିବା ଯୋଗିତାଙ୍କୁ ଏହି ପ୍ରୋମୋରେ ଜବରଦସ୍ତ ଫାଇଦା ହୋଇଛି। ଯୋଗିତାଙ୍କୁ ଡେଲିସୋପ କୁଇନ୍‌ ଏକତା କପୁର ନିଜର ନୂତନ ସୋ’ ପାଇଁ ସାଇନ୍‌ କରିଛନ୍ତି। ଏହି ସୋ’ର ନାମ ‘ଦିଲ୍‌ ହି ତୋ ହୈ’ ରଖାଯାଇଛି।

ଏକତା ଯୋଗିତାଙ୍କୁ ସୋ’ର ମଉକା ଏଥିପାଇଁ ଦେଇଛନ୍ତି କାରଣ ସଲମାନଙ୍କ ସହିତ ଏକ ମିନିଟ୍‌ର ସ୍କ୍ରିନ୍‌ ସୋ’ରେ ତାଙ୍କର ଜବରଦସ୍ତ ଆତ୍ମବିଶ୍ୱାସ ଦେଖିଥିଲେ। ଯେଉଁ ଝିଅକୁ ନିଜ ପାଖରେ ଛିଡା ହୋଇଥିବା ସୁପରଷ୍ଟାରଙ୍କୁ ନେଇ କୌଣସି ଫରକ ପଡ଼ୁ ନାହିଁ  ତାଙ୍କ ପାଖରେ ତ କିଛି ଖାସ୍‌ ଅଛି ବୋଲି ଏକତା ଭାବି ଥିଲେ। ତେଣୁ ତାଙ୍କ ସହ କାମ କରିବାର ସୁଯୋଗ ଯୋଗିତାଙ୍କୁ ଦେଇଛନ୍ତି।

‘ଦସ କେ ଦମ୍‌’ ପ୍ରୋମୋରେ ସଲମାନ୍‌ ଖାନ୍‌ ଏକ କୁଇଜ ସୋ’ ଖେଳୁଥିଲେ। ଯେଉଁଥିରେ ସେ ଯୋଗିତାଙ୍କୁ ପଚାରିଥିଲେ କେତେ ପ୍ରତିଶତ ଯୁବକ  ଯୁବତୀଙ୍କୁ ପ୍ରଭାବିତ କରିବା ପାଇଁ ଇଂରାଜୀରେ କଥା ହୋଇଥାଅାନ୍ତି। ଏହି ପ୍ରଶ୍ନର ଉତ୍ତର କିଛି ସମୟ ଭାବିବା ପରେ ଯୋଗିତା କହିଥିଲେ ୬୦ ପ୍ରତିଶତ। ଯାହାକି ଠିକ୍‌ ଉତ୍ତର ଥିଲା। ଏହାପରେ ସଲମାନ୍‌ ଖାନ୍‌ ଯୋଗିତାଙ୍କ ଗାଲରେ ଏକ ସ୍ନେହ ଭରା ଚମ୍ବନ ଦେଇଥିଲେ, ଯାହାକି ଯୋଗିତାଙ୍କ ଭାଗ୍ୟ ଖୋଲି ଦେଇଛି ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର