ସ୍ମୃତି ଇରାନୀଙ୍କ ଉଦେଶ୍ୟରେ ହୃଦୟସ୍ପର୍ଶୀ ପୋଷ୍ଟ୍‍ ଲେଖି ଜନ୍ମଦିନ ଶୁଭେଚ୍ଛା ଦେଲେ ଏକ୍‌ତା କପୁର

ମୁମ୍ବାଇ: ଏକ୍‌ତା କପୁର ଓ ସ୍ମୃତି ଇରାନୀଙ୍କ ଯୁଗଳବନ୍ଦୀ ରେ ହୋଇଥିବା ସବୁଠାରୁ ଲୋକପ୍ରିୟ ଧାରାବାହିକ ‘କ୍ୟୁଉଁକି ଶାଶ୍‌ ଭି କଭି ବୋହୂ ଥୀ’ ବିନା ହୁଏତ ଟେଲିଭିଜନ ଦୁନିଆ ଅଧୁରା ରହିଯାଇଥାଆନ୍ତା। ଆଠ ବର୍ଷ ଧରି ଚାଲିଥିବା ଏହି ଧାରାବାହିକ ଏକ୍‌ତା ଓ ସ୍ମୃତିଙ୍କ ସଂପର୍କକୁ ବି ବେଶ୍‌ ଦୃଢ଼ କରିପାରିଥିଲା।

ପରବର୍ତ୍ତୀ ମୁହୂର୍ତ୍ତରେ ଇରାନୀ ରାଜେନୀତିରେ ପ୍ରବେଶ କରିବା ସହ ଗ୍ଲାମର୍‌ ଦୁନିଆକୁ ବିଦାୟ ଦେଇ ଦେଇଥିଲେ ବି ଏକତା ଓ ସ୍ମୃତିଙ୍କ ସଂପର୍କ ଏବେ ବି ଉଲ୍ଲେଖନୀୟ।

ଆଜି ସ୍ମୃତି ଇରାନୀଙ୍କ ଜନ୍ମଦିନରେ ଏକ ହୃଦୟସ୍ପର୍ଶୀ ଇନ୍‌ଷ୍ଟା ପୋଷ୍ଟ୍‍ କରିଛନ୍ତି ଏକ୍‌ତା କପୁର। ସେ ସ୍ମୃତିଙ୍କ ଉଦେଶ୍ୟରେ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୋ ଆତ୍ମାର ଭଉଣୀ ପାଇଁ। ଜାଣିଥିବା କିଛି ସ୍ନେହାଳୁ ଲୋକଙ୍କ ଭିତରୁ ତୁମେ ଅନ୍ୟତମ। ମୋତେ ରାଜନୀତି ବିଷୟରେ ବେଶି କିଛି ଜଣାନାହିଁ। ମାତ୍ର ମୁଁ ଜାଣିଛି ଯେ ତୁମେ ସମାଜରେ ଲୋକଙ୍କ ପାଇଁ ଭଲ କରିବାକୁ ମନସ୍ତ କରିଛ। ତୁମର ମଜାକିଆ ଅନ୍ଦାଜ ମୋତେ ଖୁବ ପସନ୍ଦ। ନିର୍ବାଚନ ପରେ ତୁମର ଅପେକ୍ଷା ରହିଲା। ଜନ୍ମଦିନର ଅଭିନନ୍ଦନ।’

ସମ୍ବନ୍ଧିତ ଖବର