ରଣବୀରଙ୍କୁ ଫିଲ୍ମ ଦେବା ପାଇଁ ରାଜକୁମାର ହିରାନୀଙ୍କ ମା’ଙ୍କ ଗୋଡ଼ ତଳେ ପଡ଼ି ଯାଇଥିଲେ ଋଷି କପୁର

ମୁମ୍ବାଇ : ସବୁବେଳେ ନିଜର ରୋକ୍‌ଠୋକ୍‌ କଥା ପାଇଁ ବେଶ ପରିଚିତ ଋଷି କପୁର । ନିଜ ପାଇଁ ହେଉ ବା ନିଜର ପୁଅ ରଣବୀରଙ୍କୁ ନେଇ ହେଉ ସେ ସବୁ ବେଳେ ନିଜ ମନର କଥା ଖୋଲି କହିବାରେ ବିଶ୍ୱାସ କରନ୍ତି ସେ । ପୂର୍ବରୁ ଅନେକ ଥର ନିଜର ସ୍ପଷ୍ଟ ମତ ପାଇଁ ସେ ଟ୍ରୋଲ ହୋଇ ସାରିଥିବା ବେଳେ ଫିଲ୍ମ ଜଗା ଜାସୁସ୍‌ ଫ୍ଲପ୍‌ ହେବା ପାଇଁ ସେ ସିଧାସଳଖ ଭାବେ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଦୋଷ ଦେଇଥିଲେ । ନିଜ ପିତାଙ୍କର ଏଭଳି ବ୍ୟବହାର କେବଳ ରଣବୀରଙ୍କ କ୍ୟାରିୟର ସୁଧାରିବା ପାଇଁ ହୋଇଥାଏ ବୋଲି ରଣବୀର ସ୍ୱୀକାର କରିଛନ୍ତି । ଏହା ସହ ଋଷି କପୁରଙ୍କ ସହ ଜଡ଼ିତ ଏକ ମଜାଦାର କଥା ମଧ୍ୟ ସେ ସମସ୍ତଙ୍କ ସହ ସେୟାର କରିଛନ୍ତି । ଏକ ସାକ୍ଷାତକାରରେ ଋଷି କପୁର କିଭଳି ଭାବରେ ରାଜକୁମାରଙ୍କ ମା’ଙ୍କ ଗୋଡ଼ ତଳେ ପଡ଼ି ଯାଇଥିଲେ ସେ ବିଷୟରେ ଜଣାଇଥିଲେ ରଣବୀର ।

bollywoodbubble.com

ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ର ରିଲିଜ ସମୟରେ ଋଷି କପୁର ରାଜକୁମାରଙ୍କ ମା’ଙ୍କ ଗୋଡ଼ ଧରି ‘ତୁମ ପୁଅ ଅତି ବୁଦ୍ଧିମାନ ଏବଂ ମୋ ବିଶ୍ୱାସ ସେ ମୋ ପୁଅ ସହ ନିଶ୍ଚୟ କାମ କରିବ’ ବୋଲି କହିଥିଲେ । ଯାହା ଏବେ ସଫଳ ହୋଇଛି ବୋଲି ରଣବୀର କହିଛନ୍ତି । ଫିଲ୍ମ ‘ସଞ୍ଜୁ’ରେ ରଣବୀରଙ୍କୁ ସୁଯୋଗ ମିଳିବା ସହ ଫିଲ୍ମଟି ତାଙ୍କୁ ବଡ଼ ସଫଳତା ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମ ପରେ ବାପାଙ୍କ ଇଚ୍ଛା ପୂରଣ ହୋଇଛି ବୋଲି ରଣବୀର କହିଛନ୍ତି ।

ସମ୍ବନ୍ଧିତ ଖବର