ମୁମ୍ବାଇ: ଭୁବନ ବାମ ଜଣେ ଲୋକପ୍ରିୟ ୟୁଟ୍ୟୁବ୍ ତାରକା । ସେ ବିବି କି ୱାଇନ୍ସ ପାଇଁ ଲାଇମଲାଇଟରେ ରହିଛନ୍ତି। ତାଙ୍କର ଭିଡିଓ ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ରହିଛି । ଏହା ବ୍ୟତୀତ ସେ ନିଜର ଅଭିନୟ ଜୀବନ ମଧ୍ୟ ଆରମ୍ଭ କରି ସାରିଛନ୍ତି। ୨୦୨୩ ମସିହାରେ ଡିଜନି ପ୍ଲସ୍ ହଟଷ୍ଟାରରେ ତାଙ୍କର ସିରିଜ୍ ତାଜା ଖବର ମୁକ୍ତିଲାଭ କରିଥିଲା ​​। କିନ୍ତୁ ଏହା ବେଶୀଦିନ ଚାଲି ପାରି ନଥିଲା।

Advertisment

ନିକଟରେ ଭୁବନ ବାମ ଏକ ସାକ୍ଷାତକାରରେ ତାଙ୍କ ବାପା ଓ ମା’ଙ୍କ କଥା ମନେ ପକାଇ ଭାବପ୍ରବଣ ହୋଇ ଯାଇଥିଲେ । କାରଣ କରୋନା ମହାମାରୀ ସମୟରେ ଭୁବନ ତାଙ୍କ ବାପା ଓ ମା’ ଉଭୟଙ୍କୁ ହରାଇ ଦେଇଛନ୍ତି।

ଭୁବନ କହିଛନ୍ତି, ‘ଆଜି ବି ବାପା ଓ ମା’ଙ୍କୁ ହରାଇବା ପରେ ମୋ ଉପରେ କ’ଣ ବିତୁଛି ତାହାକୁ ମୁଁ ଶବ୍ଦରେ ବଖାଣି ପାରିବି ନାହିଁ। ତେଣୁ ଏ ବିଷୟରେ ଅଧିକ କଥାବାର୍ତ୍ତା କରିବାକୁ ମୁଁ ପଛଘୁଞ୍ଚା  ଦେଇଥାଏ। ଯାହା ଘଟିଲା ତାହା ମୋ ଭାଗ୍ୟରେ ଲେଖାଥିଲା । ଏବେ ସେ ବିଷୟରେ ଅଧିକା ଆଲୋଚନା କରିବା ଅର୍ଥ ନିଜକୁ କଷ୍ଟ ଦେବା। କିନ୍ତୁ ଏତିକି କହିବି ବାପା ଓ ମା’ ଯିବା ପରେ ମୁଁ ଏକା ହୋଇଯାଇଛି। ଫ୍ୟାନ୍ସମାନଙ୍କ ପାଇଁ ବଞ୍ଚି ରହିଛି । ଉଭୟ ବାପା ଓ ମା’ଙ୍କ  ମୃତ୍ୟୁ ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି ତଥାପି ଫ୍ୟାନ୍ସଙ୍କ ପାଇଁ କାମ ଜାରି ରଖିଥିଲି। କାରଣ ସେମାନେ ହିଁ ମୋର ବର୍ତ୍ତମାନ ଓ ଭବିଷ୍ୟତ। ମୁଁ ନିଜ ଅପେକ୍ଷା ଫ୍ୟାନ୍ସଙ୍କ କଥା ପ୍ରଥମେ ଚିନ୍ତା କରିଥାଏ।’