ଏକା ସାଙ୍ଗରେ ୩ଟି ସନ୍ତାନର ବାପା ହେବେ ୟୁଟ୍ୟୁବର ଅରମାନ, ଫ‌ଟୋସୁଟ ପାଇଁ କିଣିଲେ ଝୁଲଣା

ନୂଆଦିଲ୍ଲୀ: ୟୁଟ୍ୟୁବର ଅରମାନ ମାଲିକ ତାଙ୍କର ଦୁଇଜଣ ସ୍ତ୍ରୀ କ୍ରିତିକା ଓ ପାୟଲ ମଲିକଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି। ଅରମାନଙ୍କ ଦୁଇଜଣ ସ୍ତ୍ରୀ ଗର୍ଭବତୀ ଥିବା ନେଇ ନିକଟରେ ଖବର ମିଳିଥିଲା। ଏବେ ସେ ଏକା ସାଙ୍ଗରେ ୩ଟି ସନ୍ତାନର ବାପା ହେବେ ବୋଲି ଜଣାପଡ଼ିଛି।

ଅରମାନ ମଲିକଙ୍କ ୨ଜଣ ପତ୍ନୀ ଏକା ସାଙ୍ଗରେ ଗର୍ଭବତୀ ହୋଇଛନ୍ତି। କ୍ରିତିକା ମଲିକଙ୍କ ଗର୍ଭରେ ଗୋଟିଏ ସନ୍ତାନ ଥିବା ବେଳେ  ପାୟଲ ଯମଜ ସନ୍ତାନର ମା’ ହେବାକୁ ଯାଉଛନ୍ତି। ଏଥିପାଇଁ ଅରମାନ ଏକା ସାଙ୍ଗରେ ୩ଜଣ ନବଜାତଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। କ୍ରିତିକାଙ୍କର ଏହା ପ୍ରାକୃତିକ ଗର୍ଭଧାରଣ ହୋଇଥିବାବେଳେ ପାୟଲ୍ ଆଇଭିଏଫ୍ ଟେକ୍ନୋଲୋଜି ମାଧ୍ୟମରେ ଗର୍ଭବତୀ ହୋଇଛନ୍ତି। ପାୟଲ ଦ୍ବିତୀୟ ଥର ମା’ ହେବାକୁ ଯାଉଥିବା ବେଳେ ତାଙ୍କର ପୂର୍ବରୁ ଏକ ପୁଅ ରହିଛି। ଦୁହିଁଙ୍କ ପ୍ରସବ ସମୟ ପାଖେଇ ଆସୁଥିବା ବେଳେ ଅରମାନ ୩ଜଣ ନବଜାତଙ୍କ ପାଇଁ ଝୁଲଣା କିଣିଛନ୍ତି। ସୁନେଲି ରଙ୍ଗର ଝୁଲଣା ଅରମାନ କିଣିଥିବା ବେଳେ ନବଜାତଙ୍କ ଫଟୋସୁଟ ପାଇଁ ଏହା କିଣାଯାଇଥିବା ନିଜ ବ୍ଲଗରେ ଜଣାଇଛନ୍ତି ଅରମାନଙ୍କ ପତ୍ନୀ।

ଏହା ପୂର୍ବରୁ କଣ୍ଠଶିଳ୍ପୀ ଅରମାନ ମଲିକଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିଲେ ୟଟ୍ୟୁବର ଅରମାନ। କଣ୍ଠଶିଳ୍ପୀ ଅରମାନ ମଲିକ ଟ୍ୱିଟ କରିଥିଲେ ଯେ, ‘ୟୁଟ୍ୟୁବରଙ୍କୁ ଅରମାନ ମଲିକ କହିବା ବନ୍ଦ କର, ତାଙ୍କର ପ୍ରକୃତ ନାମ ସନ୍ଦୀପ। ମୋର ନାଁର ଯଥେଷ୍ଟ ଅପବ୍ୟବହାର ହୋଇ ସାରିଛି। ସକାଳୁ ଉଠି ତାଙ୍କ ନାଁ ସହ ଜଡିତ ଖବର ପଢ଼ି ମୁଁ ବିରକ୍ତ ହୋଇଗଲାଣି। ମୋ‌ତେ ଘୃଣା ଲାଗୁଛି।

ଏହାର ଜବାବରେ ୟୁଟ୍ୟୁବର ଅରମାନ କହିଥିଲେ, ଆପଣଙ୍କ ଘରେ ସମସ୍ତେ ବଲିଉଡରେ ଜଣାଶୁଣା। ତେଣୁ ଆପଣ ସହଜରେ ଲୋକପ୍ରିୟ ହୋଇଗଲେ। କିନ୍ତୁ ମୁଁ ବହୁତ କଠିନ ପରିଶ୍ରମ କରିଛି। ବ୍ଲଗିଂ ଓ ଟିକ୍ ଟିକ୍ କରିବା ପରେ ମୋତେ ଲୋକପ୍ରିୟତା ମିଳିଛି। ତୁମ ଭଳି ସହଜରେ କିଛି ମିଳିନାହିଁ। ମୁଁ ତୁମର ପ୍ରଶଂସକ ନୁହେଁ। ତୁମ ଗୀତରେ ଦମ୍ ନାହିଁ। ଅହଂକାର କରିବା ବନ୍ଦ କର।

ସମ୍ବନ୍ଧିତ ଖବର