ନୂଆଦିଲ୍ଲୀ: ୟୁଟ୍ୟୁବର୍ ଅର୍ମାନ ମଲ୍ଲିକ ନିକଟରେ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ସନ୍ତାନର ବାପା ହୋଇଛନ୍ତି। ଅର୍ମାନ ତାଙ୍କ ୨ ଜଣ ପତ୍ନୀ ପାୟଲ୍ ମଲ୍ଲିକ ଓ କୃର୍ତ୍ତିକା ମଲ୍ଲିକଙ୍କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି।
ନିକଟରେ ଅର୍ମାନଙ୍କ ଦ୍ବିତୀୟ ପତ୍ନୀ କୃର୍ତ୍ତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଘରେ ନୂଆ ଅତିଥି ଆସିବା ନେଇ ଖୁସିର ମାହୋଲ ଜମିଥିବା ବେଳେ ଖବର ଆସିଛି କି ୟୁଟ୍ୟୁବର୍ ଅର୍ମାନ ମଲ୍ଲିକଙ୍କ ସମେତ ତାଙ୍କ ଦ୍ବିତୀୟ ସ୍ତ୍ରୀ କୃର୍ତ୍ତିକା ଓ ନବଜାତର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।
କୃର୍ତ୍ତିକାଙ୍କୁ ଥଣ୍ଡା,ଜ୍ବର ଓ କାଶ ହୋଇଥିବା ବେଳେ ଅର୍ମାନ ବି ଅସୁସ୍ଥ ହୋଇପଡ଼ିଛନ୍ତି। କେବଳ ଏତିକି ନୁହେଁ, ଦୁହିଁଙ୍କ ନବଜାତ ସନ୍ତାନର ଅବସ୍ଥା ବି ଭଲ ନାହିଁ । ନବଜାତ ଜଣ୍ଡିସରେ ପୀଡିତ ହୋଇଯାଇଛି। ଚିକିତ୍ସା ପାଇଁ ମା’ ଓ ଶିଶୁ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରଖିଛନ୍ତି। ଏଭଳି ସମୟରେ ପାୟଲଙ୍କ ଉପରେ ଏବେ ଅଧିକ ଚାପ ପଡ଼ିଯାଇଛି।
ଅର୍ମାନଙ୍କ ପ୍ରଥମ ପତ୍ନୀ ପାୟଲ୍ ଏହାରି ଭିତରେ ଭାବପ୍ରବଣ ହୋଇଯାଇଛନ୍ତି । ଆପଣ ଜାଣନ୍ତି ଯେ ପାୟଲ୍ ବି ଗର୍ଭବତୀ ଅଛନ୍ତି। ତାଙ୍କ ପେଟରେ ଯାଆଁଳା ପିଲା ବଢ଼ୁଛନ୍ତି। ଏମିତି ସମୟରେ ତାଙ୍କର ଯତ୍ନ କିଏ ନେବ ବୋଲି ଭାବିଭାବି କାନ୍ଦି ପକାଇଛନ୍ତି ପାୟଲ। ପାୟଲକୁ ଅର୍ମାନ ଓ କୃର୍ତ୍ତିକାଙ୍କ ପରିବାର ଲୋକ ବ୍ୟସ୍ତ ନହେବା ପାଇଁ ବୁଝାଇଛନ୍ତି।