ଆରପାରିରେ ପ୍ରସିଦ୍ଧ ଅଭିନେତା ୟୁସୁଫ୍ ହୁସେନ, ୭୩ ବର୍ଷ ବୟସରେ କରୋନା ନେଲା ଜୀବନ

ମୁମ୍ବାଇ: ଅନେକ ଚଳଚିତ୍ର ଓ ଟେଲିଭିଜନ ଧାରାବାହିକରେ ଲୋକପ୍ରିୟ ଭୂମିକାରେ ଅଭିନୟ କରିଥିବା ତଥା ଜଣାଶୁଣା ଚଳଚିତ୍ର ପ୍ରଯୋଜକ ହଂସଲ ମେହଟ୍ଟାଙ୍କ ଶଶୁର ୟୁସୁଫ୍ ହୁସେନଙ୍କର ୭୩ ବର୍ଷ ବୟସରେ ମୃତ୍ୟୁ ହୋଇଛି । ନିଜେ ହଂସଲ ମେହେଟ୍ଟା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ‌େ କରୋନା ସଂକ୍ରମଣରେ ଶିକାର ହେବା ପରେ ୟୁସୁଫଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିିକିତ୍ସା କରାଯାଉଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ୟୁସୁଫ୍ ଦିଲ୍ ଚାହାତା ହେ, ବିବାହ, ଧୁମ-୨, କ୍ରିସ-୩, ସହିଦ, ରଇସ ଭଳି ଅନେକ ସିନେମାରେ ଚରିତ୍ର ଅଭିନେତା ଭାବେ କାମ କରିଛନ୍ତି । ଏହା ବ୍ୟତୀତ ସେ ବିଶେଷ ଭାବେ ଛୋଟ ପରଦାରେ ଜଣେ ଚରିତ୍ର ଅଭିନେତା ଭାବେ ଅନେକ ଧାରାବାହିକରେ ବି କାମ କରିଛନ୍ତି ।

ୟୁସୁଫ ହୁସେନଙ୍କ ଜ୍ୱାଇଁ ହଂସଲ ମେହେଟ୍ଟା ତାଙ୍କ ଟ୍ୱିଟରରେ ଶଶୁରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି କି “ମୁଁ ଯେତେବେଳେ ଆର୍ଥିକ ସଂକଟ ସହ ସଂଘର୍ଷ କରୁଥିଲି, ମୋ ଭବିଷ୍ୟତ ଶେଷ ହୋଇଯିବା ଭଳି ଲାଗୁଥିଲା ଓ ସହିଦ ସିନେମା ନିର୍ମାଣ କରିବାକୁ ମୋ ପାଖରେ ଟଙ୍କା ନଥିଲା ସେହି ସମୟରେ ଶଶୁର ୟୁସୁଫ ହୋସେନ ଏକ ଚେକ୍ ଦେଇ ମୋତେ ସାହାଯ୍ୟ କରିଥିଲେ।

ଅନ୍ୟପଟେ ପ୍ରଖ୍ୟାତ ଅଭିନେତା ମନୋଜ ବାଜପେୟୀ ବି ସୋସିଆଲ ମିଡିଆରେ ୟୁସୁଫ୍ ହୁସେନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏକ ପୋଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର