ଭାରତରେ କିଛି ଏଭଳି କ୍ରିକେଟର ରହିଛନ୍ତି, ଯେଉଁମାନେ ଭଲ କ୍ରିକେଟ ଖେଳି ପାରୁଥିବା ସହ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଫିଲ୍ମରେ ନିଜର କ୍ୟାରିୟର ଆଗକୁ ବଢ଼ାଇ ପାରି ନଥିଲେ ମଧ୍ୟ କିଛି କ୍ରିକେଟର ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ....
୧. ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଟିମ୍ ଇଣ୍ଡିଆର ଦିଗ୍ଗଜ ଲେଗ୍ ସ୍ପିନର ଅନୀଲ କୁମ୍ବଲେ ଅନୁପମ ଖେର୍ ଏବଂ ମନ୍ଦିରା ବେଦୀଙ୍କ ଅଭିନୀତ ଫିଲ୍ମ ‘ମୀରାବାଇ ନଟ୍ ଆଉଟ୍’ରେ ନଜର ଆସି ସାରିଛନ୍ତି ।
Hindustan Times୨. ଟିମ୍ ଇଣ୍ଡିଆ ପୂର୍ବ ଅଲରାଉଣ୍ଡର କ୍ରିକେଟର ଅଜୟ ଜାଡେଜା କ୍ରିକେଟ ସହ ‘ପଲ ପଲ ଦିଲ କେ ସାଥ୍’ ଭଳି ଫିଲ୍ମରେ କାମ କରିଥିଲେ । ଏହା ସହ ରିୟାଲିଟି ସୋ’ ଝଲକ ଦିଖ୍ଲାଜାରେ ମଧ୍ୟରେ ଭାଗ ନେଇଥିଲେ ।
amarujala.com୩. ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସନ୍ଦିପ ପାଟିଲ ‘କଭି ଅଜନବି ଥେ’ ଭଳି ଫିଲ୍ମରେ କାମ କରି ନିଜ ଅଭିନୟର ଦକ୍ଷତା ପ୍ରମାଣ କରିଥିଲେ ।
Livemint୪. ପୂର୍ବତନ କ୍ରିକେଟର ବିନୋଦ କାମ୍ବଲେ ଅଭିନେତା ସୁନୀଲ ସେଟ୍ଟୀ ଏବଂ ସଞ୍ଜୟ ଦତ୍ତଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ଫିଲ୍ମ ‘ଅନର୍ଥ’ରେ ନଜର ଆସିଥିଲେ ବିନୋଦ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/q.jpg)