ହେଜଲ କିଚ୍ଙ୍କ ଖୁଲାସା : ଏହି କାରଣରୁ ମୁଁ ବଲିଉଡ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲି
ମୁମ୍ବାଇ : ପୂର୍ବ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ତଥା ଅଭିନେତ୍ରୀ ହେଜଲ କିଚ୍ଙ୍କ ବଲିଉଡ୍ ଯାତ୍ରା ଏତେ ଲମ୍ବା ନଥିଲା । ଖୁବ୍ କମ ଦିନ ମଧ୍ୟରେ ସେ ନିଜକୁ ବଲିଉଡ୍ରୁ ଦୂରେଇ ନେଇଥିଲେ । ତେବେ ବିବାହ ପାଇଁ ହେଜଲ ବଲିଉଡ୍ରେ କାମ କରୁ ନଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାର ପ୍ରକୃତ କାରଣ ଜଣାଇଛନ୍ତି ହେଜଲ । ବିବାହ ପାଇଁ ନୁହେଁ ବଲିଉଡ୍ ଛାଡ଼ିବା ପଛରେ ତାଙ୍କର ଅନ୍ୟ ଏକ କାରଣ ରହିଥିଲା ବୋଲି ସେ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ହେଜଲଙ୍କ କହିବା ଅନୁଯାୟୀ, ଗୋଟେ ସମୟରେ ମୁଁ ବଲିଉଡ୍କୁ ନେଇ ବିରକ୍ତ ହୋଇ ଯାଇଥିଲି । ବଲିଉଡ୍ ମୋ ପାଇଁ ଚିନ୍ତାର କାରଣ ବନି ଯାଇଥିଲା । ମୋର ବାପା ବ୍ରିଟିଶ ହୋଇଥିଲେ ମଧ୍ୟ ମୁଁ ପାରମ୍ପରିକ ହିନ୍ଦୁ ପରିବାରେ ବଢ଼ିଛି । କିନ୍ତୁ ଲୋକେ ମୋତେ ମୋ ନାଁ ଓ ମୋର ଭାଷାକୁ ନେଇ ମୋତେ ବିଦେଶୀ ବୋଲି ଭାବୁଥିଲେ । ଯାହା ପାଇଁ ମୋତେ ଅନେକ ଥର ମୁଁ ଭାରତୀୟ ବୋଲି ସେମାନଙ୍କୁ ବୁଝାଇବାକୁ ପଡ଼ୁଥିଲା । ଏ ସବୁ ବାରମ୍ବାର ମୋ ସହ ହେଉଥିବାରୁ ମୁଁ ବିରକ୍ତ ହୋଇ ଯାଇଥିଲି । ଯାହା ପରେ ନିଜକୁ ଶାନ୍ତି ଦେବା ପାଇଁ ମୁଁ ବଲିଉଡ୍ ଛାଡ଼ିଥିଲି ।